ସହକାରି ଯନ୍ତ୍ରିଙ୍କ ଅବସର ପରେ ବି ତୁଟୁନି ଚୈାକି ମୋହ, ଜନସ୍ବସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଦବଦବା ଦେଖାଉଛନ୍ତି ଅବସର ନେଇଥିବା ସହକାରି ଯନ୍ତ୍ରୀ…
ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ପୈାରପରିଷଦ ଠାରେ ରହିଛି ଜନସ୍ବାସ୍ଥ୍ୟ ବିଭାଗ । ଏହି ବିଭାଗରେ ସହକାରି ଯନ୍ତ୍ରୀ ଅବସର ନେବା ପରେ ନିଜର ପତିଆରା ପୁଣି ଜନସ୍ବାସ୍ଥ୍ୟ ବିଭାଗରେ ଜାହିର କରୁଛନ୍ତି । ପୁର୍ବତନ ସହକାରି ଯନ୍ତ୍ରୀ ଗୋବର୍ଧନ ସେଠୀ ନିଜକୁ ପୁଣି ଭଲ କାମ କରିଥିବାରୁ ତାଙ୍କୁ ସରକାର ପୁଣି ଉକ୍ତ ସ୍ଥାନରେ ନିଯୁକ୍ତି କରିଥିବା ନେଇ କାର୍ଯ୍ୟାଳୟରେ ଭୁଆଁ ବୁଲାଉଛନ୍ତି । ପ୍ରକୃତରେ ତାଙ୍କୁ ସରକାର ପୁନଃ ନିଯୁକ୍ତି ଦେଇଛନ୍ତି ନା ଭୁଆଁ ବୁଲାଉଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏହି ବାବୁ ଜଣକ କିଛି ଦିନ ତଳେ କାର୍ଯ୍ୟାଳୟ ପୁରୁଣା ପାଇପ୍ ଉପକରଣ ଗୁଡିକ ଜନୈକ ବେପାରିକୁ ବିକ୍ରି କରିଥିବା କାର୍ଯ୍ୟାଳୟ ପରିସରରେ ଆଲୋଚନା ହେଉଛି । ବିକ୍ରି କରି ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିଥିବା.ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି । ସ୍ଥାନିୟ ଜନସ୍ବାସ୍ଥ୍ୟ ବିଭାଗର ଜଣେ ଠିକା କର୍ମଚାରିକୁ ବାବୁ ଜଣକ ମାଧ୍ୟମ କରି ଏହି ବିକ୍ରି କରିଥିବା ଜନ ସାଧାରଣରେ ଆଲୋଚନା ହେଉଛି । ଏହି ବିକ୍ରି ସାମଗ୍ରି ଉପରେ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହି ଯନ୍ତ୍ରୀଙ୍କ ନଜରକୁ କିଛି ଗଣମାଧ୍ୟମ ପ୍ରତିନିଧି ନେଇଥିଲେ । ସରକାରଙ୍କ ବିନା ନିଲାମ୍ ପ୍ରକ୍ରିୟାରେ ତାହା ବିକ୍ରି ହୋଇପାରିବ ନାହିଁ ବୋଲି ନିଜର ମତ ପ୍ରକାଶ କରିଥିଲେ । ଯଦି ଏଭଳି କିଛି ହୋଇଛି ତେବେ ସରକାରଙ୍କ ବିନା ନିର୍ଦେଶ ରେ ନିଲାମ ପ୍ରକ୍ରିୟା ନକରି ଏଭଳି ବିକ୍ରି କରିଥିବା ତଦନ୍ତ ସାପେକ୍ଷ । କାର୍ଯ୍ୟାଳୟରେ କୈାଣସି ବିଷୟ ଲୋକଲୋଚନକୁ ଆସିଲେ କର୍ମଚାରି ଭୟରେ ମୁହଁ ଖୋଲିପାରନ୍ତି ନାହିଁ ।
ଫେବୃୟାରି ମାସ ୨୯ ତାରିଖରେ ଗୋବର୍ଧନ ସେଠୀ ଅବସର ନେଇଛନ୍ତି । ଅନେକ ଦିନର ବ୍ୟବଧାନ ପରେ ନିଜର ଦାୟିତ୍ବ ଭାର ଦେବାପାଇଁ ପଛଘୁଞ୍ଚା ହେଉଥିଲେ । କିଛି ସାମ୍ବାଦିକ ଗୁଣପୁର ଉପଜିଲ୍ଲାପାଳଙ୍କୁ ଅବସର ନେଇଥିବା ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ନଜରକୁ ନେଇଥିଲେ । ଏହା ପରେ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ତାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିବା କନିଷ୍ଠ ଯନ୍ତ୍ରୀ ସବ୍ୟସାଚୀ ଦାସଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ଏଭଳି ଦବଦବା ଦେଖାଇବା ପଛରେ କାହାର ପ୍ରଛନ୍ନ ହାତ ରହିଛି । କାହା ଇଙ୍ଗିତରେ ଗୋବର୍ଧନ ସେଠୀ ନିଜକୁ ଅବସର ପରେ ବି କାର୍ଯ୍ୟାଳୟରେ ନିଜର ସ୍ଥିତି ଜାହିରି କରୁଛନ୍ତି ତାହା ସଂନ୍ଦେହ ଘେରରେ। ତାହା ଏବେ ଜନସାଧାରଣ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟଛି ।