<span;>ଅନୁସନ୍ଧାନ ଭାରତ(ବ୍ୟୁର): ନିଜ ପୁଅର ପ୍ରଥମ ଜନ୍ମ ବାର୍ଷିକକୁ ସ୍ମରଣୀୟ କରିବା ପାଇଁ ସବୁ ବାପା ମାଆଙ୍କ ଇଛା ରହିଥାଏ। ଧୁମଧାମ ବର୍ଣ୍ଣାଢ୍ୟ ପରିବେଶରେ କେକ୍ କାଟିବା ସହ ଭୋଜି ଭାତରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାଳନ କରୁଛନ୍ତି । କିନ୍ତୁ ଭଞ୍ଜନଗର ବ୍ଳକ୍ ଟୋକାଗଣ୍ଡା ଗ୍ରାମର ପଙ୍କଜ ଲୋଚନ ପ୍ରଧାନ ନିଜ ପୁଅ ସତ୍ୟ ପ୍ରକାଶର ପ୍ରଥମ ଜନ୍ମ ଦିନକୁ ନିଆରା ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେବା ସହ ତାର ଏହି ଶୁଭ ଦିନରେ ଗ୍ରାମର ସିଦ୍ଦେଶ୍ବର ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର କରି ପୁଅ ଜନ୍ମ ଦିନକୁ ନିଆରା ଭାବେ ପାଳନ କରିଛନ୍ତି । ରକ୍ତଦାନ ଦ୍ବାରା ଅନ୍ୟ ଜୀବନ ବଞ୍ଚି ପାରିବ ଆଗକୁ ଗ୍ରୀଷ୍ମ ଋତୁ ରହିଥିବାରୁ ଏହି ରକ୍ତ ୟୁନିଟ୍ ବହୁ ଲୋକଙ୍କ କାମରେ ଆସିବ ଆଉ ସେମାନେ ଭଲ ହେଲେ ଯେଉଁ ଉପଶମ ପାଇବେ ସେଥିରେ ତାଙ୍କ ପୁଅକୁ ବଡ ଆର୍ଶିବାଦ ମିଳିବ ବୋଲି ପଙ୍କଜ ପ୍ରକାଶ କରିଛନ୍ତି । ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଶିବିରକୁ ତାଙ୍କ ବଡ ଭାଇ ଲିଙ୍ଗରାଜ ପ୍ରଧାନ ଦିପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ଏଥିରେ ପରିବାର ସଦସ୍ୟ ଓ ସାଙ୍ଗସାଥୀ ମିଶି ୩୫ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ଭାଇ ହୃଶିକେଶ ପ୍ରଧାନ, ବଡକୋଦଣ୍ଡା ସରପଞ୍ଚ ରେଶ୍ମା କୁମାରୀ ନାୟକ, ବିପଦର ବନ୍ଧୁ ଅନୁଷ୍ଠାନର ପ୍ରଦିପ କୁମାର ଜେନା, ଅରକ୍ଷିତ ପରିଚ୍ଛା, ଗୌରୀ ଶଙ୍କର ପାଣିଗ୍ରାହୀ, ବିନାୟକ ଗୌଡ଼, ପ୍ରମୋଦ ପ୍ରଧାନ, ପ୍ରଭାକର ନାୟକ, ଶାନ୍ତୁନୁ ଭୂୟାଁ, ବିଶ୍ବ ରଞ୍ଜନ ପଟ୍ଟନାୟକ, ମୁକେଶ ସାହୁ, ପ୍ରଶାନ୍ତ ରାଉତ, ସାମ୍ବାଦିକ ବିଶ୍ବମ୍ବର ଜେନା, ନିଲୁ ବିଶୋୟୀ, ଗୋବିନ୍ଦ ଗୌଡ, ସୁଶାନ୍ତ ପାତ୍ର, ବବି ରଥ ପ୍ରମୁଖ ପରିଚାଳନା କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।