କାମରେ ଲାଗୁନି ବି.ମାଳିଗୁଡା ଆବର୍ଜନା ପୃଥକୀକରଣ ଗୃହ…

ଅନୁସନ୍ଧାନ ଭାରତ(ବ୍ୟୁର ): ନନ୍ଦାହାଣ୍ଡି ବ୍ଳକ୍ ଅନ୍ତର୍ଗତ ବି ମାଳିଗୁଡା ଗ୍ରାମ ପଞ୍ଚାୟତ ପଞ୍ଚାୟତ ସଦର ଗ୍ରାମରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋଇଥିବା ଆବର୍ଜନା ପୃଥକୀକରଣ ଗୃହ କାମରେ ଲାଗୁନି । ଫଳରେ ଏବେ ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଆବର୍ଜନା ପୃଥକୀକରଣ ଗୃହକୁ କାର୍ଯ୍ୟକ୍ଷମ କରିବା ଉପରେ ପଦକ୍ଷେପ ଗ୍ରହଣ ହୋଇଛି । ବି.ମାଳିଗୁଡା ଗ୍ରାମ ପଞ୍ଚାୟତର ଚାରୋଟି ଗ୍ରାମରୁ ବି.ମାଳିଗୁଡା ଏକ ବଡ ଗ୍ରାମ l ଏଠାରେ ଅଧିକ ୱାର୍ଡ଼ ରହିଛି । ମୋଟ ପାଞ୍ଚଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମ.। ଏହି ଗୃହ କାର୍ଯ୍ୟକ୍ଷମ ନ ହେବାରୁ ଗ୍ରାମର ଲୋକେ ମୁଖ୍ୟ ରାସ୍ତା କଡ଼ରେ ନାନାଦି ଆବର୍ଜନା ଓ ଖତ ଗଦା କରି ଗାଁକୁ ଦୁର୍ଗନ୍ଧରୁ ମୁକ୍ତି ପାଉ ନାହାନ୍ତି । ଯାହା ଦ୍ଵାରା ଗ୍ରାମରେ ମ୍ୟାଲେରିଆ, ଜଣ୍ଡିସ, ଝାଡ଼ାବାନ୍ତିରେ ଲୋକ ଆକ୍ରାନ୍ତ ହେଉଛନ୍ତି । ଲକ୍ଷାଧିକ ଟଙ୍କାରେ ନିର୍ମିତ ଆବର୍ଜନା ପୃଥକୀକରଣ ଗୃହ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଦୁଇ ବର୍ଷ ହେବ ଆବର୍ଜନା ପୃଥକୀକରଣ ଗୃହ ନିର୍ମାଣ ପରେ ମଧ୍ୟ କାର୍ଯ୍ୟକାରୀ ହେଉନଥିବା ଗ୍ରାମବାସୀ କହିଛନ୍ତିି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ପରିତ୍ୟକ୍ତ ହୋଇ ପଡ଼ିଥିବା ଆବର୍ଜନା ପୃଥକୀକରଣ ଗୃହ  ଚାଲୁ ହେଲେ ଗ୍ରାମବାସୀଙ୍କ କାମରେ ଲାଗି ପାରିଥାନ୍ତା ବୋଲି ଗ୍ରାମବାସୀମାନେ କହିଛନ୍ତି ।