ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଲାଲସିଂ ନର୍ସରୀ କେନ୍ଦ୍ର ପରିସରରେ ବିଶ୍ବ ବନ ଦିବସ ପାଳିତ ହୋଇଛି । ବନ ଉନ୍ନୟନ ନିଗମର ପରିଚାଳକ ପ୍ରଭାକର ନାୟକଙ୍କ ଅଧ୍ୟକ୍ଷତାରେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ପ୍ରାକ୍ତନ ବନ୍ୟପ୍ରାଣୀ ତତ୍ତ୍ବବଧାରକ ଶୂଳପାଣି ଶତପଥୀ, ଅନୁପମ ବାନାର୍ଜି, ସୁରେଶ କୁମାର ସ୍ବାଇଁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ତାରସିଂ ରେଞ୍ଜର ବୃନ୍ଦାବନ ବେହେରା, ଗାଲେରୀ ରେଞ୍ଜର ଆଶାଲତା ଦିଗାଲ, କୃତ୍ତିବାସ କୁମାର, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ଭିଏସ୍ଏସ୍ ସଭାପତି ଲୋକନାଥ ଆଚାର୍ଯ୍ୟ, ଧନଞ୍ଜୟ ରାଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମାନବ ସମାଜ ବଞ୍ଚି ରହିବାକୁ ହେଲେ ପ୍ରକୃତି ସୁରକ୍ଷାକୁ ପ୍ରାଧ୍ୟାନ୍ୟ ଦେବା ଜରୁରୀ ଅଟେ ବୋଲି ମତବ୍ୟକ୍ତ କରି ଥିଲେ । ତେଣୁ ପ୍ରତିଟି ବ୍ୟକ୍ତି ନିଜ ଉଦ୍ୟମରେ ଚାରା ରୋପଣ କରି ତାର ଯତ୍ନ ନେବା ସହ ଉତ୍ତମ ପରିବେଶ ପାଇଁ ଜଙ୍ଗଲର ଘନତ୍ବ ବଢାବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧୀନରେ ଥିବା ଭିଏସ୍ଏସ୍ ସଦସ୍ୟ ସଦସ୍ୟାଙ୍କ ସମେତ ସମସ୍ତ ବନପାଳ, ବନରକ୍ଷୀ ଉପସ୍ଥିତ ରହିଥିଲେ।