ଅନୁସନ୍ଧାନ ଭାରତ(ବ୍ୟୁର): ଆଠଗଡ ପଞ୍ଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ପୌରହିତ୍ବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସ୍ଵହସ୍ତରେ ୧୩୫୦ ଜଣ ଗ୍ରାମାଞ୍ଚଳ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ ବଣ୍ଟନ କରିଛନ୍ତି । ଏକ ଭବ୍ୟ ସମାରୋହରେ ୩୪ ପଞ୍ଚାୟତର ହିତାଧିକାରୀମାନଙ୍କୁ ଆମନ୍ତ୍ରଣ କରାଯାଇ BSKY ନବୀନ କାର୍ଡର ଉପଯୋଗୀତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସମ୍ବଦ୍ଧରେ ମନ୍ତ୍ରୀ ନିଜର ବାର୍ତା ମାଧ୍ୟମରେ ବୁଝାଇଥିଲେ । ପୁରୁଷମାନଙ୍କୁ ୫ ଲକ୍ଷ ଓ ମାମାନଙ୍କୁ ୧୦ ଲକ୍ଷର ବିଭିନ୍ନ ଗୁରୁତର ରୋଗ ପାଇଁ ସହାୟତା ମିଳିପାରିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ । ମଣ୍ଡଳ ଉନ୍ନୟନ ଅଧିକାରୀ BSKY ନବୀନ କାର୍ଡର ଉପାଦେୟତା ସମ୍ବନ୍ଧରେ ମତ ପ୍ରକାଶ କରିଥିଲେ । 5T ସୁଶାସନକୁ ସଠିକ୍ ଭାବରେ ପାଲନ ହେତୁ ଅଳ୍ପଦିନରେ BSKY Nabin Cardର ଅନୁସନ୍ଧାନ ଓ କାର୍ଡ ବଣ୍ଟନ ହୋଇ ପାରିଲା ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ । ମାନ୍ୟବର ମନ୍ତ୍ରୀଙ୍କ ସ୍ଵତନ୍ତ୍ର ପ୍ରତିନିଧି ଶ୍ରୀ ରଞ୍ଜନ କୁମାର ଆଚାର୍ଯ୍ୟ, ଆତ୍ମାର ଆଠଗଡ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ରାଉତ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବଳଭଦ୍ର ବାଘ, ଶ୍ରୀମତୀ ଶାନ୍ତିଲତା ବେହେରା, MBK ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ କାର୍ଡ ପ୍ରଦାନ କରିଥିଲେ । ଆଠଗଡର ୩୪ ଜଣ ସରପଞ୍ଚ, ୩୪ ଜଣ ସମିତି ସଭ୍ୟ, ସମସ୍ତ ଓଡ଼ିଶା ମିଶନ ଶକ୍ତି କର୍ମ କର୍ତ୍ତା, ସମସ୍ତ PEO,JE, ଯୋଗଣ ଅଧିକାରୀ ଶ୍ରୀ ମିଥୁନ ବେହେରା ଓ ସହକାରୀ ଅଜୟ ପ୍ରଧାନ ଓ ସମସ୍ତ ଯୋଗାଣ ରିଟେଲର ସହାୟତା କରିଥିଲେ ।