ଭଞ୍ଜନଗର ନୂତନ ଏସ୍‌ଡିପିଓ ଭାବେ ସୁଜିତ କୁମାର ନାୟକଙ୍କ ଦାୟିତ୍ୱ ଗ୍ରହଣ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ନୂତନ ଏସ୍‌ଡିପିଓ ଭାବେ ବୁଧବାର ସୁଜିତ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଭେଟି ତାଙ୍କୁ ସ୍ବାଗତ କରିଛନ୍ତି । ଶ୍ରୀ ନାୟକ ଚିକିଟିରୁ ବଦଳି ହୋଇ ଏଠାକୁ ଆସିଛନ୍ତି I ପୂର୍ବରୁ ଏଠାରେ କାର୍ଯ୍ୟରତ ଥିବା ଏସ୍‌ଡିପିଓ ବିଶ୍ବାମିତ୍ର ହରପଲ ଚିକିଟି ବଦଳି ହୋଇଯାଇଛନ୍ତି । ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବା ସହ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଆଇନ ଶୃଙ୍ଖଳା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।