ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର ମହାଶିବରାତ୍ରୀ ପାଳନ ଅବସରରେ ବେଲଗୁଣ୍ଠା ବ୍ଳକ ସ୍ଥିତ ନେଟଙ୍ଗା ବିଜେ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ସ୍ଵାମୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ନେଟଙ୍ଗା ସବୁଜ ବାହିନୀଙ୍କ ମିଳିତ ସହଯୋଗରେ “ବନମହୋତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ବନ୍ଧୁ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ପୌରହିତ୍ୟରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ରମା ବଲ୍ଲଭ ସ୍ଵାଇଁ, ମନ୍ଦିର ପରିଚାଳନା କମିଟି ସଭ୍ୟବୃନ୍ଦ, ମନ୍ଦିର କର୍ମକର୍ତ୍ତା, ନେଟଙ୍ଗା ସବୁଜ ବାହିନୀ ସଦସ୍ୟ ତଥା ସ୍ଵେଚ୍ଛାସେବୀ ମାଧବ ନାୟକ, ସୁଧୀର ନାୟକ, ରୁଦ୍ରନାରାୟଣ ପାତ୍ର, ଚିତ୍ତରଂଜନ ଲେଙ୍କା, ସନ୍ତୋଷ, କାର୍ତ୍ତିକେଶ୍ଵର, ମାନସ, ସଂଗ୍ରାମ, ସୋନୁ, ପିଣ୍ଟୁ, ପ୍ରକାଶ, ଅମୂଲ୍ୟ, କାର୍ତ୍ତିକ ଓ କାର୍ତ୍ତିକ ସ୍ଵାଇଁ ଆଦି ସକ୍ରିୟ ଅଂଶଗ୍ରହଣ କରି ବୃକ୍ଷ ଚାରା ରୋପଣ କରିଥିଲେ । ମନ୍ଦିର ପ୍ରାଙ୍ଗଣ ଓ ମନ୍ଦିର ପାର୍ଶ୍ୱରେ ବଉଳ କୋଳି, କରଞ୍ଜ, ବେଲ, ରକ୍ତ ଚନ୍ଦନ, ଅର୍ଜୁନ , ମନ୍ଦାର ଓ କ୍ରୋଟନ ଗଛ ଆଦି ରୋପଣ କରାଯାଇଛି।