ଅବ୍ୟବସ୍ଥା ଘେରରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ, ସିକ୍ୟୁରିଟି ଗାର୍ଡ ମାନଙ୍କ ହାତରେ ଚାଲିଛି ପରିଚାଳନା….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବାରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ହୋଇଛି । ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଚିରାଚରିତ ଭାବେ ଡାକ୍ତର ଅଭାବ ଲାଗି ରହିଅଛି କିନ୍ତୁ ଏହାର ସମାଧାନ ହୋଇପାରୁ ନାହିଁ । ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନବି କରଣ କରିବା ପାଇଁ ବିଭିନ୍ନ ପ୍ରକାରର ଗୃହ ନିର୍ମାଣ ଜାରୀ ରହିଛି । କିନ୍ତୁ ରୋଗୀମାନଙ୍କୁ ସେବା ଯୋଗାଇବା ପାଇଁ ଚିକିତ୍ସାଳୟରେ କାର୍ଯରତ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ଆଗ୍ରହ ନଥିବା ଅଭିଯୋଗ ହେଉଛି । ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ବେସରକାରୀ ସିକ୍ୟୁରିଟି ଗାର୍ଡମାନଙ୍କ ହାତରେ ଚିକିତ୍ସାଳୟକୁ ହାତ ଟେକି ଦେଇଥିବା ଦେଖିବାକୁ ମିଳିଛି । ଏହି ଭଳିକି ଟିକେଟ କାଉଣ୍ଟର ଠାରୁ ଆରମ୍ଭ କରି ରୋଗୀମାନେ ଡାକ୍ତରଙ୍କୁ ସାକ୍ଷାତ କରିବା ପର୍ଯ୍ୟନ୍ତ ସବୁଠାରେ ସେମାନଙ୍କୁ ନିୟୋଯିତ କରାଯାଇଛି l ଫଳରେ ଗାର୍ଡମାନେ ନିଜ ସମ୍ପର୍କକୀୟ ଏବଂ ସେମାନଙ୍କ ଗ୍ରାମରୁ ଆସିଥିବା ରୋଗୀ ମାନଙ୍କୁ ପ୍ରଥମେ ଟିକେଟ ଦେବା ସହ ଡାକ୍ତରଙ୍କୁ ସାକ୍ଷାତ କରାଇବା ପାଇଁ ଉଦ୍ୟମ କରୁଛନ୍ତି । ଟିକେଟ କାଉଣ୍ଟରରେ ମହିଳା, ପୁରୁଷ ଓ ବୟସ୍କଙ୍କ ପାଇଁ ୩ଟି ଭିନ୍ନ ଭିନ୍ନ ଲାଇନ୍ ଥିବା ବେଳେ ଜଣେ ମହିଳାଙ୍କୁ ଟିକେଟ୍ ଦେବା ପାଇଁ ନିୟୋଯିତ କରାଯାଇଛି ଫଳରେ ଟିକେଟ କାଟିବା ପାଇଁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡା ହୋଇ ରହୁଛନ୍ତି । ଏକ୍ସରେ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ଯ ବ୍ୟାପକ ଅବ୍ୟବସ୍ଥା ରହିଛି l ଏହି ଭଳି କି ବିଜୁଳି ନଥିଲେ ଏକ୍ସରେ ହୋଇପାରୁ ନାହିଁ l ବାରମ୍ବାର ଏକ୍ସରା ମେସିନ ଖରାପ ରହୁଥିବା କର୍ମଚାରୀ କହୁଛନ୍ତି l ଏକ୍ସରା ବାହାର କରିବା ପରେ ପ୍ରିଣ୍ଟ୍ କରି ତାହାର କପି ଦିଆ ଯାଉ ନାହିଁ l ପ୍ରିଣ୍ଟର ଖରାପ ଥିବା କହି ରୋଗୀମାନଙ୍କୁ ନିଜ ମୋବାଇଲ୍ ରେ ଫୋଟ ଉଠାଇ ନେଇ ଡାକ୍ତରଙ୍କୁ ଦେଖାଇବାକୁ ପଡୁଛି । ଏହି ଭଳି ଅନେକ ଅବ୍ୟବସ୍ଥା ଭିତରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ଚାଲିଛି ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିବା ସହ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ।