କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ ଓ ସ୍କଲାରସିପ” ସାର୍ଟିଫିକେଟ ବଣ୍ଟନ ସହ ପଞ୍ଚାୟତିରାଜ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ବୋରିଗୁମ୍ମା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ଶ୍ରୀବିଜୁପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପଞ୍ଚାୟତ ରାଜ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ୨୪୪ ଜଣ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ନୂଆ ଓ ସ୍କଲାରସିପର ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ବିଜୟ ମହାପାତ୍ର ଅଧ୍ୟକ୍ଷତା କରିଥିଲାବେଳେ ଓଡ଼ିଆ ଅଧ୍ୟାପକ ଶ୍ରୀ ସରୋଜ କୁମାର ପ୍ରହରାଜ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ତଥା ସମାଜସେବୀ ଶ୍ରୀ ସୁରେନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସକାଶେ ମୁଖ୍ୟମନ୍ତ୍ରୀଙ୍କ କେଉଁ କେଉଁ ଯୋଜନା ରହିଛି ଓ ତାର ଫାଇଦା ନେବା ପାଇଁ ପ୍ରବର୍ତ୍ତାଇଥିଲେ । ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀ ନରହରି ହରିଜନ ପଞ୍ଚାୟତିରାଜ ଦିବସ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅର୍ଥନୀତି ବିଭାଗର ଅଧ୍ୟାପିକା ତପସ୍ଵିନୀ ସାହୁ, ଗ୍ରନ୍ଥାଗାରିକ ଶ୍ରୀ ସଂଗ୍ରାମ ପଣ୍ଡା, କିରାଣୀ ଶ୍ରୀ ସଂଜୟ ମିଶ୍ର , ସୁଶାନ୍ତ ଦୋରା, ଗୋପାଳ ପାଇକ ସମେତ ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।