ଅନୁସନ୍ଧାନ ଭାରତ(ବ୍ୟୁର): ମହା ଶିବରାତ୍ର ପାଇଁ ଚଳଚଞ୍ଚଳ ହିଞ୍ଜିଳିକାଟୁ ସହର ଓ ଗ୍ରାମାଞ୍ଚଳ ର ବିଭିନ୍ନ ଶୈବପୀଠ । ଆସନ୍ତା ମାର୍ଚ୍ଚ ୮ତାରିଖରେ ହେବାକୁ ଥିବା ମହା ଶିବରାତ୍ର ଅଞ୍ଚଳର ବିଭିନ୍ନ ଶୈବପୀଠ ପରିଚାଳନା କମିଟି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜାଗର ଯାତ୍ରାରେ କିଭଳି ସୁରୁଖୁରୁରେ ପରିଚାଳନ ହେବ ଓ ଶାନ୍ତି ଶୃଙ୍ଖଳାରେ ସମାପନ ହେବ କମିଟି ତରଫ ପ୍ରସ୍ତୁତ ହେଉଥିବା ବେଳେ ମହାଦେବ ଦର୍ଶନ ଜାଗର ମହାଦୀପ ସମୟ ଧାର୍ଯ୍ୟ ଓ ମନ୍ଦିରର ସୋନ୍ଦର୍ଯ୍ୟ କରଣ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ସହର ର ୩ଟି ଶୈବ ପୀଠରେ ଭକ୍ତଙ୍କ ଭିଡ଼ି ଲାଗୁଥିବାରୁ ଶାନ୍ତି ଶୃଙ୍ଖଳାର ସହିତ ଭକ୍ତ କେମିତି ଦର୍ଶନ କରିବେ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।