ଆଜିଠାରୁ ଆରମ୍ଭ ହେଲା ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ….

ଅନୁସନ୍ଧାନ ଭାରତ(ବ୍ୟୁର): ନବରଙ୍ଗପୁର ସ୍ଥିତ ନୂତନ ମଣ୍ଡେଇ ପଡିଆ ଠାରେ ଜିଲ୍ଲା ସ୍ୱତନ୍ତ୍ର ପରିଷଦ ପକ୍ଷରୁ ୪ରୁ୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଜନଜାତି ସାଂସ୍କୃତିକ କ୍ରୀଡ଼ା
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ କୁମାର ମାଝୀ ନବରଙ୍ଗପୁର ଜିଲ୍ଲାରେ ତେର ଗୋଟି ଜନଜାତି ବାସ କରିଛନ୍ତି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର‌ ପରିଚୟ ସୃଷ୍ଟି ହୋଇ ପାରିଛି। ପ୍ରଥମ ପର୍ଯ୍ୟାୟରେ ୩୩୪ ପ୍ରକଳ୍ପ ହାତକୁ ନିଆଯାଇ ଜଙ୍ଗଲ, ଜମି, ଝରଣା ସୁରକ୍ଷା ଦିଗରେ କାର୍ଯ୍ୟ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ୪୯୫ ପ୍ରକଳ୍ପର ଉନ୍ନତି କରାଯାଇଛି । ୧୭୬କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥର ଏହାକୁ ଦ୍ୱିଗୁଣିତ କରି ଦିଆଯାଇଛି । ସେହିଭଳି ଜନଜାତିଙ୍କ ପାଇଁ ଜିଲ୍ଲାର ବ୍ଳକ୍ ସ୍ତରରେ ପଞ୍ଚାୟତ ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି। ଆଜିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଧାବିକା ଦୂତୀଚାନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମଙ୍ଗଳବାର ଜନଜାତି କ୍ରୀଡ଼ା ଓ ସାଂସ୍କୃତିକ ପ୍ରତି ଯୋଗୀତା ଅନୁଷ୍ଠିତ ହେବା ସହ କ୍ରୀଡ଼ା ସାମଗ୍ରୀ , ସାଂସ୍କୃତିକ ପୋଷାକ , ବାଦ୍ୟଯନ୍ତ୍ର ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି । ଏହା ସହ ସର୍କିଟ୍ ହାଉସ୍ ନିକଟ ପଡ଼ିଆ ଠାରେ ଫୁଟବଲ୍, ନବରଙ୍ଗପୁର କଲେଜ କଳାହାଣ୍ଡି ପଡିଆଠାରେ କ୍ରିକେଟ ଏବଂ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଠାରେ କବାଡି, ଖୋକ ପ୍ରତି ଯୋଗିତା ହେବ । ଉଦଯାପନୀ ଦିବସରେ ଅପରାହ୍ନ ତିନିଟା ସମୟରେ ସ୍ଥାନୀୟ ରାମ ମନ୍ଦିର ନିକଟରୁ ପୁଲିସ୍ ପଡିଆ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସନ୍ଧ୍ୟା ସମୟରେ ଏନେଇ ସ୍ଥାନୀୟ ନୂତନ ମଣ୍ଡେଇ ପଡିଆ ଠାରେ ଅନୁଷ୍ଠିତ ହେବ । ଶେଷ ଦିନର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଇନ୍ ମନ୍ତ୍ରୀଶ୍ରୀ ଜଗନ୍ନାଥ ସାରକା ଯୋଗଦେବା କାର୍ଯ୍ୟକ୍ରମ ରହିଛି । ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ଏମ୍ ପି ରମେଶ ମାଝୀ, ରାଜ୍ୟ ସଭା ସଦସ୍ୟ ମୁନା ଖାନ୍, ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ବିଜୁ କେବିକେ ଉପଦେଷ୍ଟା ଶୁକଦେବ ଗଣ୍ଡ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ ପାଢ଼ୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏସପି ରହିତ୍ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ବିରଞ୍ଚି ନାରାୟଣ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଯୋଗ ଦେଇଥିଲେ l ଏହା ବ୍ୟତୀତ ସିନେ ତାରକା ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ , ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ଗୀତିକାର ଉମାକାନ୍ତ ବାରିକ୍, ଅର୍ଚ୍ଚନା ପାଢ଼ୀ , ପଙ୍କଜ ତାଣ୍ଡି, ଉପସ୍ଥିତ ରହି ଲୋକ ମାନଙ୍କୁ ମନୋରଞ୍ଜନ କରିବାର କାର୍ଯକ୍ରମ ରହିଛି ।ଏହି କାର୍ଯ୍ୟକ୍ରମରେ ଦଶ ହଜାରରୁ ଅଧିକ ଆଦିବାସୀ ଲୋକ ଉପସ୍ଥିତ ହେବାର ସୂଚନା ରହିଛି।