ଅନୁସନ୍ଧାନ ଭାରତ(ବ୍ୟୁର): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକର କାଉପଡା ଠାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଘରେ ଘରେ ଶଙ୍ଖ ପ୍ରଚାର କରିବା ସହିତ ରାଜ୍ୟ ବିଜୁ ଜନତା ଦଳର ମହିଳା ସାଧାରଣ ସମ୍ପାଦକ କନକଲତା କଣ୍ଠ ଉପସ୍ଥିତ ରହି ଘରେ ଘରେ ଶଙ୍ଖ ଚିହ୍ନର ପୋଷ୍ଟର ଲଗାଇଥିଲେ l ଏହା ସହ କାର୍ଯ୍ୟକ୍ରମରେ କାଉପଡା ଗ୍ରାମପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ବିଜୁ ଜନତା ଦଳର ସ୍ଥାନୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।