ଗୁଣପୁର ନିର୍ବାଚନ ମଣ୍ଡଳୀ ପରିକ୍ରମା ପ୍ରକଳ୍ପ ପରିଭ୍ରମଣରେ ବ୍ୟାପକ ଅବ୍ୟବସ୍ଥା: ୨୦ ଆହତ, ବାଟରେ ବସ୍ ଖରାପ ଯୋଗୁଁ ଅଧରାତିରେ ହନ୍ତସନ୍ତ ଯାତ୍ରୀ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ଦର୍ଶନ ନିମନ୍ତେ ରାଜ୍ୟ ସରକାର ଅଜସ୍ର ଅର୍ଥ ବ୍ୟୟ ବରାଦ କରି ପ୍ରତ୍ୟେକ ପଞ୍ଚାୟତ, ପୌର ପରିଷଦ ରୁ ଲୋକଙ୍କୁ ନେଇ ପରିଭ୍ରମଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି, ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ଗତକାଲି ବିଳମ୍ବିତ ରାତିରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରୁ ମଧ୍ୟ ଲୋକେ ପ୍ରଶାସନ ସହାୟତା ରେ ପୁରୀ ଅଭିମୁଖେ ଯାଇ ଥିଲେ । ଦୁର୍ଭାଗ୍ୟର ବିଷୟ ଗୁଡାରିରୁ ଯାଇଥିବା ଏକ ବସକୁ ଖୋର୍ଦ୍ଧା ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା ।  ଏଥିରେ ୨୦ ଜଣ ଯାତ୍ରୀ ଆହତ ସୂଚନା ମିଳିଛି । ଦୁର୍ଘଟଣା ଗସ୍ତ ବସ୍ ଗୁଡ଼ିକର ଫିଟନେସ ଓ ପରମିଟକୁ ନେଇ ଉଠିଲା ପ୍ରଶ୍ନ ପଦ୍ମପୁରରୁ ଯାଇଥିବା ଏକ ବସ୍ ମଧ୍ୟ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ପୁଲିସ୍, ଓ ରାୟଗଡା ଜିଲ୍ଲାର ଶାସକ ଦଳର କିଛି ନେତା ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ସହ ଲୋକେ କିପରି ପୁରୀ ପହଞ୍ଚିବେ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ଗୁଣପୁର ନିର୍ବାଚନ ମଣ୍ଡଳୀରୁ ଯାଇଥିବା ଅଧିକାଂଶ ବସ ଅନୁପଯୋଗୀ ଦେଖିବାକୁ ମିଳିଥିଲା । ଗତକାଲି ରାତିରେ ଏହି ଦଦରା ବସ୍ ଗୁଡ଼ିକ ଗୁଣପୁର ଟାଉନ ହଲରେ ଦେଖି ଅନେକ ଲୋକେ ଏଭଳି ବସରେ ପୁରୀ ଯିବୁନାହିଁ ବୋଲି କହିଥିଲେ। ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରି ବସରେ ବସେଇ ଦିଆଯାଇଥିଲା । ସେହି ଭଳି ସାଇସୁଧା ନାମକ ଏକ ଘରୋଇ ବସରେ ଚାଲକମ୍ବା ଓ ଘନାନ୍ତ୍ରୀ ପଞ୍ଚାୟତର ଲୋକେ ଯାଇଥିବା ବେଳେ କେନ୍ଦୁଗୁଡା ନିକଟରେ ଗାଡି ଖରାପ ହୋଇ ଯାଇଥିଲା । ରାତି ୧୨ରୁ ଭୋର ୬ ଟା ପର୍ଯ୍ୟନ୍ତ ଲୋକେ ରାସ୍ତା ଉପରେ ଅନ୍ଧାର ରାତିରେ ବହୁତ ହନ୍ତସନ୍ତ ହୋଇଥିବା ଜଣାପଡିଛି । ତେବେ କିଭଳି ଓ କେଉଁ ଆଧାରରେ ଏହି ଦଦରା ବସ୍ ଗୁଡିକ ଏତେବାଟ ଯିବାକୁ ଅନୁମତି ମିଳିଛି ? କିଏ ଦେଲା ଅନୁମତି ? ଗାଡିର ଫିଟନେସ, କାଗଜପତ୍ର ଯାଞ୍ଚ ହୋଇଛି କି ନାହିଁ ? କଣ କରୁଛନ୍ତି ରାୟଗଡା ଆଞ୍ଚଳିକ ପରିବହନ ଅଧିକାରୀ ? ଯଦି କିଛି ଅଘଟଣ ଘଟେ କିଏ ଦାୟୀ କିଏ ରହିବେ? ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I