ସାଇ ଶରଣ ମେଡିକସ୍ ଅତ୍ୟାଧୁନିକ ଯନ୍ତ୍ରପାତି ଓ କୌଶଳରେ ରାୟଗଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଉଦଘାଟିତ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ଜେଜେ ଛକ ଠାରେ ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ଯନ୍ତ୍ରପାତି, କ୍ଲିନିକ୍ ସହ ଔଷଧ ବିକ୍ରି କେନ୍ଦ୍ର ସାଇ ଶରଣ ମେଡିକସର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଇଟେକ୍ ମେଡିକାଲ ଓ କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପତି ପାଣିଗ୍ରାହୀ ଓ ନିମନ୍ତ୍ରିତ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସାଇ ଶରଣ ମେଡିକସ୍ ର ସତ୍ୱାଧିକାରୀ ଶ୍ରୀମତୀ କଲ୍ୟାଣୀ ପାତ୍ର, ରାଜେଶ କୁମାର ପାତ୍ର, ରମେଶ କୁମାର ପାତ୍ର, ବିଜୁ ଜନତା ଦଳ ର ନଗର ସଭାପତି ରାମ ପଣ୍ଡା, ଗୁଣପୁରର ଆଇନଜିବି ତଥା କାଉନ୍ସିଲର ଦେବୀ ଆଚାର୍ଯ୍ୟ ଏବଂ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଗୁଣପୁରର ସାଇ ଶରଣ ମେଡିକସ୍ ଠାରେ ଆତ୍ୟାଧୁନିକ କୌଶଳରେ ଅତ୍ୟାଧୁନିକ ଯନ୍ତ୍ରପାତିକୁ ବ୍ୟବହାର କରି ସ୍ଵଳ୍ପ ସମୟ ମଧ୍ୟରେ ସମସ୍ତ ପ୍ରକାର ତଥା ରକ୍ତ , ମଳ, ମୂତ୍ର , ଧାତୁ ଭଳି ଅନେକ ପରୀକ୍ଷା ମାନ କରାଯିବା ନେଇ ଏକ କେନ୍ଦ୍ରୀୟ ପରୀକ୍ଷା ଗୃହ ରହିଛି । ଉକ୍ତ କେନ୍ଦ୍ରୀୟ ପରୀକ୍ଷା ଗୃହରେ ଅଭିଜ୍ଞ ପାଥୋଲୋଜିଷ୍ଟ ଅମିତ୍ କୁମାର ଆଚାର୍ଯ୍ୟ ରହିଥିବା ବେଳେ ଏଠାରେ ଶିଶୁ ବିଶେଷଜ୍ଞ, ସ୍ତ୍ରୀ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଇଏନଟି ବିଶେଷଜ୍ଞ, ଅସ୍ତିଶଲ୍ୟ ବିଶେଷଜ୍ଞ ଓ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସ୍ଵତନ୍ତ୍ର ଗୃହମାନ ନିର୍ମାଣ କରାଯାଇ ରୋଗୀଙ୍କୁ ସୁବିଧା ଯୋଗାଇ ଦିଆ ଯିବ ବୋଲି ସାଇ ଶରଣ ମେଡିକସ୍ ସତ୍ୱାଧିକାରୀ ଶ୍ରୀମତୀ କଲ୍ୟାଣୀ ପାତ୍ର କହିଛନ୍ତି । ଗୁଣପୁର ଅଞ୍ଚଳରେ ପ୍ରଥମ କରି ଏଭଳି ଏକ ଅତ୍ୟାଧୁନିକ ଚିକିତ୍ସା କୌଶଳ ରେ ପ୍ରତିଷ୍ଠା କରାଯାଇଥିବା କ୍ଲିନିକ୍ ଓ ଔଷଧ ବିକ୍ରି କେନ୍ଦ୍ର ନେଇ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି ।