ଜୀବନ ଜ୍ୟୋତି କଲେଜ ରେ “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହା ବିଦ୍ୟାଳୟରେ ଆଜି “ନୂଆ-ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତାର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ରାଇକିଆ ବି.ଡି.ଓ. ଶ୍ରୀ ଶିମାଞ୍ଚଳ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ଜୀବନ ଜ୍ୟୋତି ମହା ବିଦ୍ୟାଳୟ ସଭାପତି ଶ୍ରୀ ରାଜମୋହନ ଦିଗାଲ ଏବଂ ମୁଖ୍ୟ ବକ୍ତା ଭାବେ ଡ଼ଃ ନଳିନୀ କୁମାର ପାଣିଗ୍ରାହୀ ଓ ଅଧ୍ୟକ୍ଷ ଡ଼ ଶଙ୍କର୍ଷଣ ସାହୁ କାର୍ଯ୍ୟକ୍ରମକୁ ସଭା ପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଉମାକାନ୍ତ ରଥ, ପ୍ରାଧ୍ୟାପକ ପ୍ରଭାକର ରାଜୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ, ସାହିତ୍ୟ ପ୍ରତିଯୋଗିତା ପୁରସ୍କାର ବିତରଣ କରାଯାଇଥିଲା ଶେଷରେ ସସ୍ମିତା ଲୋହାର ଧନ୍ୟବାଦ ଅର୍ପଣ କରିଥିଲେ ।