ଅନୁସନ୍ଧାନ ଭାରତ(ଵ୍ୟୁର): ଗୁଣପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କଁହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମ୍ବିଧାନ ମହତ୍ୱପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟ ଅତିଥି ନିଜ ବ୍ୟକ୍ତବରେ କହିଥିଲେ । ଭୋର ସକାଳ ୪.୩୦ ସମୟରେ ରାମଧୁନ ଓ ୫.୩୦ ରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା । ସକାଳ ୭ ଘଣ୍ଟିକା ସମୟରେ ମୁଖ୍ୟ ଅତିଥି ସହରରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ୭.୩୦ ସକାଳ ସମୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ। ସକାଳ ୮.୩୦ ମିନିଟ ସମୟରେ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ୟାରେଡ଼ରେ ପ୍ରଥମ ସ୍ଥାନ ବାଳିକା ଏନସିସି ଗାନ୍ଧୀ ପବ୍ଲିକ ସ୍କୁଲ, ଦ୍ଵିତୀୟ ବାଳକ ଏନ ସି ସି ସରକାରୀ ଉଚ୍ଚ ବିଦ୍ୟାଳୟ, ସିଭିଲିଆନରେ ପ୍ରଥମ ବାଳିକା ସିଭିଲିଆନ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଦ୍ଵତୀୟ ବାଳିକା ସିଭିଲିଆନ, ବିଦ୍ୟାନିକେତନ ପବ୍ଲିକ ସ୍କୁଲ, ମାସ ଡ୍ରିଲରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ଦ୍ଵତୀୟ ଭାରତୀୟ ସଂରକ୍ଷିତ ବାହିନୀ କମାଣ୍ଡାଣ୍ଟ ବ୍ରଜ ମୋହନ ନାୟକ, ଡେପୁଟି କମାଣ୍ଡାଣ୍ଟ ବିଧୁ ଭୂଷଣ ଉଦ୍ଗାତ, ଗୋପ ବନ୍ଧୁ ତ୍ରିପାଠୀ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଦୀପକ କୁମାର ଦେହୁରୀ, ପ୍ରକଳ୍ପ ପ୍ରଶାସକ ଶାନ୍ତିପ୍ରଭା ପ୍ରଧାନ, ତହସିଲଦାର ଲୀଳାବତୀ ଅଚରଜି, ଡେପୁଟି କଲେକ୍ଟର ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା ପ୍ରମୁଖ ଯୋଗଦେଇଥିଲେ । ଦୀପ୍ତି ରଂଜନ ସାମଲ ପ୍ୟାରେଡ଼ ପରିଚାଳନା କରିଥିବା ବେଳେ ଦୀପକ କୁମାର ଭୋଳ ସହଯୋଗ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ତତ୍ୱ। ବିଧାନରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରମାକାନ୍ତ ମିଶ୍ର, ଗୌତମ ମଦେଲି, କମଳାକାନ୍ତ ଖୁଣ୍ଟିଆ, ଅନନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।