ସଙ୍କଟରେ ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗାଈ,୭ ତାରିଖରେ ଘୁମୁସରୀ ଗୋପଳ ସମୂହର ଗାଈଗୋରୁ ଧରି ରାଜ ରାସ୍ତାରେ ଧର୍ମଘଟ ……

ଅନୁସନ୍ଧାନ ଭାରତ(ବ୍ୟୁର): ସଙ୍କଟରେ ଜାତୀୟ ମାନ୍ୟତା ପ୍ରାପ୍ତ ଘୁମୁସରୀ ଗାଈ । ଚାରଣ ଭୂମୀ ଅଭାବ ସହ ଗୁହାଳ ଓ ଚାଷର ଘୋର ଅଭାବ ଭଳି ପ୍ରାୟ ୨୦ଟି ଅଭିଯୋଗର କୌଣସି କାର୍ଯ୍ୟକାରୀ ହେଉନଥିବାରୁ ପ୍ରତିବାଦରେ ଘୁମୁସରୀ ଗୋପଳ ସମିତି ପକ୍ଷରୁ ଆଗାମୀ ଦିନରେ ନିଜ ଗାଈଗୋରୁଙ୍କୁ ନେଇ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି। ସ୍ଥାନୀୟ ରଘୁନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀର ଉପଦେଷ୍ଟା ମୁରଲୀଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆସନ୍ତା ମାସ ୭ ତାରିଖରେ ଘୁମୁସରୀ ଗୋପଳ ସମୂହ ଗାଈଗୋରୁ ଧରି ରାଜ ରାସ୍ତାରେ ଧର୍ମଘଟ କରିବେ ବୋଲି ସମିତି ପ୍ରମୁଖ ପ୍ରକାଶ ଚନ୍ଦ୍ର ସାହୁ କହିଥିଲେ । ସରକାର ଘୁମୁସରକୁ ଗୋମୁକ୍ତ କରିବା ପାଇଁ ଯୋଜନା କରିଥିବା ଅଭିଯୋଗ କରିବା ସହ ପ୍ରଶାସନ ଅସହଯୋଗ ଯୋଗୁ ଏଭଳି ଧର୍ମଘଟ ହେବା ନେଇ ସେ ପ୍ରକାଶ କରିଥିଲେ । ଏଥିରେ ସାଧୁସନ୍ଥଙ୍କ ସମେତ ଭଞ୍ଜନଗର ଉପଖଣ୍ଡର ନେତୃ ମଣ୍ଡଳୀ ଉପସ୍ଥିତ ରହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜଗନାଥ ଗୌଡ, ହର୍ଷ ସାମଲ, ପାଣ୍ଡବ ଗୌଡ, ସନାତନ ଜେନା, ରବିନ୍ଦ୍ର ଶତପଥୀ, ସୁଧାନନ୍ଦ ବ୍ରହ୍ମଚାରୀ, ଅରୁଣ ସାହୁ, ବାବାବ୍ରହ୍ମାନନ୍ଦ ପତି ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଚିଠି ସଂଖ୍ୟା ନମ୍ବର ୨୦୨୪୨(୧୪) ଏବଂ ଜିଲ୍ଲାପାଳ ମିଳିତ ଅଭିଯୋଗ ଶୁଣାଣି ରେ ବାରମ୍ବାର ସମ୍ପୃକ୍ତ ବିଭାଗ ଅଧିକାରୀଙ୍କୁ ପଦକ୍ଷେପ ନେବା ପାଇଁ ଲିଖିତ ଆଦେଶ ଦେଇଥିଲେ ସୁଦ୍ଧା ମଣ୍ଡଳ ଓ ତହସିଲ ସ୍ତରରେ ଗୋଚର ଜମି ଚିହ୍ନଟ ପାଇଁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଗୋପାଳକମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ପତ୍ର ପ୍ରଦାନ କଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ବେଳେ ଆଗାମୀ ଦିନରେ ଧର୍ମଘଟ ନେଇ ପ୍ରଶାସନକୁ ଅବଗତ କରାଯାଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି।