ସ୍ଵାଭିମାନ ଯାତ୍ରା ପାଇଁ ବିଧାୟକଙ୍କ ବାଇକ ଶୋଭାଯାତ୍ରା….

ଅନୁସନ୍ଧାନ ଭାରତ(ବ୍ୟୁର):.କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି, ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି, ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି, ଦାଦନ ଶ୍ରମିକ ରୋକିବା, ବେକାରୀ ସମସ୍ୟାର ଦୂରୀକରଣ, ଚାକିରିର ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ଉଭୟ ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା । ଆଜି ଧରାକୋଟ ବ୍ଲକର ତାଳପାଟଣା ଛକ ଠାରୁ ପ୍ରାୟ ପାଞ୍ଚ ଶହରୁ ଅଧିକ ବାଇକ ରାଲିରେ ଆସି ରୁଣ୍ଡ ହୋଇଥିବା କଂଗ୍ରେସ କର୍ମୀଙ୍କୁ ଉଦବୋଧନ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିବା ସହ ଗଞ୍ଜାମରେ ଦାଦନ ଶ୍ରମିକ ସମସ୍ୟାର ସମାଧାନ ପାଇଁ ଶିଳ୍ପ ପ୍ରତିଷ୍ଠା ସହ ଚାଷୀଙ୍କ ପାଇଁ ଜଳସେଚନ ବ୍ୟବସ୍ଥାର ସୁ ବନ୍ଦୋବସ୍ତ କରିବା ପାଇଁ ଉଭୟ ସରକାରଙ୍କୁ ଆହ୍ବାନ ଦେଇଥିଲେ। ତାଳପାଟଣା ଠାରୁ ଆରମ୍ଭ ହୋଇଥିବା ବାଇକ ଶୋଭାଯାତ୍ରା ବ୍ଲକର ଧରାକୋଟ, ମୁଣ୍ଡମରାଇ, ଢ଼ଉଗାଁ ଛକ, ବାହାଡ଼ାଗୁଡା ଛକ ଦେଇ ଶେରଗଡ଼,ଜଗନ୍ନାଥପୁର ଦେଇ ଆମ୍ବଗଡ ଓ ସେଠାରୁ ଆସି ଦିଗପହଣ୍ଡି ଠାରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ ବ୍ଲକ କଂଗ୍ରେସ ସଭାପତି ସୁନିଲ କୁମାର ଚୌଧୁରୀ, ବରିଷ୍ଠ ସଂଗଠକ ବିଶ୍ଵନାଥ ପ୍ରଧାନ,।ଶତ୍ରୁଘ୍ନ ଗୌଡ଼, ଶୁଶାନ୍ତ ବେହେରା, ସୁଧାକର ସ୍ବାଇଁ, ସୁନିଲ ସୁଆର, ରାଜା ସେଠୀ, ମିଥୁନ ସ୍ୱାଇଁଙ୍କ ସହ ସମସ୍ତ ପଞ୍ଚାୟତର କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।