ଅନୁସନ୍ଧାନ ଭାରତ (ବ୍ୟୂର): ଧରାକୋଟ ବ୍ଲକ ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଅଧିନରେ ଚାଲିଥିବା ନୂଆଁ ଓ ଭାଷା ସାହିତ୍ୟ ସଂସ୍କୃତି ପ୍ରତିଯୋଗିତା ଓ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଉଦଯାପନ ହୋଇଯାଇଛି। ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ସମ୍ମାନୀତ ଅତିଥି ଭାବରେ ଏବିଇଓ ପ୍ରଦୀପ କୁମାର ଶତପଥୀ ଯୋଗଦେଇ ଓଡ଼ିଆ ଭାଷାର ମହତ୍ତ୍ଵ, ଭବିଷ୍ୟତ ଓ ଏହା ଆମର ପରିଚୟ ବୋଲି ପ୍ରକାଶ କରିଥିଲେ । ନୋଡାଲ ଅଫିସର ଅଧ୍ୟାପିକା ଡ ସୁମିତ୍ରା ପାଢ଼ୀ ଏଥିରେ ସଂଯୋଜନା କରିଥିବା ବେଳେ ଅଧ୍ୟାପକ କେ ଦୂର୍ଗା ପ୍ରସାଦ ଆଚାରି ଅତିଥି ପରିଚୟ ପ୍ରଦାନ କରିଥିଲେ । ଓଡ଼ିଆ ଅଧ୍ୟାପିକା ଡ ବନ୍ଦନା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ରଞ୍ଜନ କୁମାର ପଟ୍ଟଯୋଷୀଙ୍କ ସହ ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।