ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସସ୍ମିତା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଏବିଇଓ ପ୍ରଦୀପ କୁମାର ଶତପଥୀ, ସମ୍ମାନିତ ଅତିଥି ଭାବରେ ଡାକ୍ତର ଯୁଧିଷ୍ଟିର ପ୍ରଧାନ, ସରପଞ୍ଚ ଲିନା କୁମାରୀ ମହାରଣା, ସମିତି ସଦସ୍ୟ ବିଭୂତି ଭୂଷଣ ବେବର୍ତ୍ତା, ସମାଜସେବୀ ବ୍ରହ୍ମାନନ୍ଦ ଆଚାରି, ଅବସରପ୍ରାପ୍ତ ଶିକ୍ଷକ ନୀଳାଚଳ ସାହୁ, ଭାସ୍କର ସାହୁ, ପି ଟି ଏ ସଭାପତି ବଲ୍ଲଭ ସାହୁ ଓ ସି ଆର ସି ସି ରଞ୍ଜନ ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସଙ୍ଗୀତ, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରବୀନ୍ଦ୍ର ସାହୁ ଓ ଭୀମ ସାହୁଙ୍କ ସହଯୋଗରେ ପରିବେଷଣ କରାଯାଇଥିଲା । ଅଭୟ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଶିକ୍ଷା ଉପଯୋଗୀ ନାଟକ ଦାସ ବାବୁଙ୍କ ଆଖିରେ ଲୁହ ମଞ୍ଚସ୍ଥ ହୋଇଥିଲା । ଶିକ୍ଷକ ସର୍ଵଶ୍ରୀ ସନ୍ତୋଷ ସାହୁ, ପ୍ରେମାନନ୍ଦ ପାତ୍ର, ଗିରିଧାରୀ ନାୟକ, ବାଣିଶ୍ରୀ ଶତପଥୀ, ଶାନ୍ତିଲତା ବେହେରା, ସୁଷମା ସାହୁ, ସୁନୀତା ବେହେରା ଦୀପ୍ତି ରାଣୀ ପାତ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ ଅରସୁଲୁ ସେଠୀ ଓ କାଳୁଚରଣ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ ।