ଗୁଣପୁର ଟ୍ରେନ୍ ଉପରେ ବିଦ୍ୟୁତ୍ ତାର ଧରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଦମକଳ ବାହହିନୀ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ରେଳ ଷ୍ଟେସନରେ ଗତକାଲି ରାତ୍ରିରେ ପୁରି – ଗୁଣୁପୁର ଟ୍ରେନ୍ ଉପରେ ଜଣେ ଯୁବକ ଚଢି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବିଦ୍ୟୁତ୍ ତାରକୁ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯୁବକଙ୍କ ଶରୀର ଅନେକାଂଶ ପୋଡିଯାଇଥିବା ବେଳେ ସ୍ଥାନିୟ ଯାତ୍ରି ଗୁଣୁପୁର ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ। ଏହାପରେ ଗୁରୁତର ଯୁବକକୁ ଦମକଳ ବାହିନୀ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡସ୍ତରିୟ ଚିକିତ୍ସାଳୟରେ ଭର୍ତୀ କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ଯୁବକଙ୍କ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ହେଲେ ଜି . ସାଇକ୍ରିଷ୍ଣା ଆନ୍ଧ୍ର ଶ୍ରିକାକୁଲମ୍ ଜିଲ୍ଲାର କତୁରୁ ଗ୍ରାମ ବୋଲି ଜଣାପଡିଛି। ଯୁବକ ଜଣକ କାହିଁକି ଟ୍ରେନ୍ ଉପରେ ଚଢିଥିଲେ , ଆତ୍ମହତ୍ୟାର କାରଣ କଣ ତାର ତଦନ୍ତ କରୁଛି ରେଲଓ୍ବେ ପୁଲିସ୍।