ଟିକାବାଲି କଳାକାରଙ୍କ ଦ୍ୱରା ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପ୍ରଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ହାଇସ୍କୁଲ ଖେଳ ପଡ଼ିଆ ପ୍ରାଙ୍ଗଣରେ ବ୍ଲକ କଳା ସଂସ୍କୃତି ସଂଘ,ଟିକାବାଲି ପକ୍ଷରୁ ଅଯୋଧ୍ୟା ଶ୍ରୀ ରାମମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପ୍ରଦୀପ ପ୍ରଯଳନ ଏବଂ ସାଂକୃତିକ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସ ଆଜି ସାରା ଭାରତଭୂମିରେ ଧୂମଧାମରେ ପାଳିତ ହେଉଥିବା ବେଳେ ଟିକାବାଲିରେ ମଧ୍ୟ ଏହା ଦେଖିବାକୁ ମିଳିଛି l ଟିକାବାଲି ବ୍ଲକର କଳାକାରମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ରାମ ନାମ ଗାନରେ ବିମୋହିତ ହେଇଥିଲେ ଏବଂ ଦର୍ଶକମାନଙ୍କ ମନକୁ ବେଶ ଆକୁଷ୍ଠ କରିଥିଲେ l ସେହିପରି ରାମବିଶି ଡିଗାଲଙ୍କ ନେତୃତ୍ୱରେ ମଧ୍ୟ ବିରାଟ ପଟୁଆରରେ ଜୟ ଶ୍ରୀରାମ ନାମରେ ସହର ପରିକ୍ରମା କରି ବସାଷ୍ଟାଣ୍ଡରେ ଯଂଜ୍ଞ ପାଠ କରିଥିଲେ l
ଏହିକାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବରିଷ୍ଠ କଳାକାର ଶ୍ରୀ ଯୁକ୍ତ ସିମାଞ୍ଚଳ ମାଝୀ, ବ୍ଲକ କଳା ସଂସ୍କୃତି ସଂଘ, ଟିକାବାଲିର ଉପ ସଭାପତି ଶ୍ରୀ ଯୁକ୍ତ ବିଜେନ୍ଦ୍ର ପ୍ରଧାନ, ପାରମ୍ପରିକ ଲୋକକଳାକାର ମହାସଂଘ, କନ୍ଧମାଳ, ଟିକାବାଲି ସଭାପତି ବୁଲୁ ଡିଗାଲ, ସମ୍ପାଦକ ବଳି କହଁର, ସମେତ ନିଧି କହଁର ଓ ଅନ୍ୟାନ କଳାକାର ବୃନ୍ଦ କାର୍ଯ୍ୟକ୍ରମ କରିବାରେ ନେତୃତ୍ୱ ନେଇଥିବା ଜଣା ପଡ଼ିଛି l ସନ୍ନମାନୀୟ ଅତିଥି ଭାବରେ ସ୍ୱତନ୍ତ୍ର ଉର୍ନୟନ ପରିଷଦ ଅଧକ୍ଷ କନ୍ଧମାଳ ଶ୍ରୀ ଯୁକ୍ତ ରଦନ ମଲିକ ଓ ଟିକାବାଲି ସମିତି ଅଧକ୍ଷ ଶ୍ରୀ ଯୁକ୍ତ ଦିଲୀପ କହଁର ଯୋଗଦାନ ଦେଇ ପ୍ରଦୀପ ପ୍ରଜ୍ଵଳନ କରି କଳାକାରଙ୍କୁ ଉତ୍ସlହିତ କରିଥିଲେ ଏବଂ ପ୍ରଭୁ ଶ୍ରୀରାମଙ୍କ ନୀତି ଆଦର୍ଶକୁ ଅନୁସରଣ କରିବାକୁ ଦିଗଦର୍ଶନ ଦେଇଥିଲେ l