ଅନୁସନ୍ଧାନ ଭାରତ(ବ୍ୟୁର): ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଆଜି କାର ଦିନ ପୃଥିବୀରେ ବସବାସ କରୁଥିବା ସମସ୍ତ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଏକ ଖୁସିର ଦିନ। ତେଣୁ ଏହି ଖୁସୀର ଦିନକୁ ପାଳନ ଅବସରରେ ଗୁଣପୁର ସହରରେ ମଧ୍ୟ ବ୍ୟାପକ ଆୟୋଜନ କରାଯାଇଥିଲା। ଜୟ ଶ୍ରୀ ରାମ ଧୋନୀରେ କମ୍ପି ଉଠିଲା ଗୁଣପୁର। ଗୁଣପୁର ସହର ଆଜି ପୁରା ରାମ ମୟ ହୋଇଯାଇଥିଲା। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ପୂର୍ବ ପ୍ରସ୍ତୁତି ଅନୁଯାଇ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହୋଇଥିଲା। ଶ୍ରୀରାମ ମନ୍ଦିର ଗୁଣପୁର ଠାରେ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା, ହୋମ ଯଜ୍ଞ, ମହିଳାଙ୍କ ଦ୍ବାରା ଡାଣ୍ଡିଆ ନାଚ ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସମୟରେ ଏକ ଭବ୍ୟ ବାଇକ ରାଲିରେ ଶ୍ରୀରାମ ମନ୍ଦିରରୁ ବାହାରି ସହର ପରିକ୍ରମା କରି ପୁଣି ରାମ ମନ୍ଦିରରେ ପହଞ୍ଚିଥିଲା। ପୁରୁଣା ବସ୍ ଷ୍ଟାଣ୍ଡ ପରିବା ବଜାରରେ ଏକ ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ ଓ ହୋମ ଯଜ୍ଞ କରାଯାଇଥିଲା। ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପ୍ରସାଦ ସେବନ, ସେବା ସମାଜ ଗୁଣପୁର ଓ ବାଳନିକେତନ ଶିଶୁ ମାନଙ୍କ ଦ୍ବାରା ସାମୁହିକ ରାମାୟଣ ଓ ହନୁମାନ ଚାଲିଶା ପଠନ କରାଯାଇଥିଲା। ଗ୍ରାମ ଦେବୀ ମନ୍ଦିର ନିକଟରେ ବଡ଼ ପରଦାରେ ଅଯୋଧ୍ୟା କାର୍ଯ୍ୟକ୍ରମର ପ୍ରଦର୍ଶନ ଓ ସନ୍ଧ୍ୟା ସମୟରେ ସାମୂହିକ ଦ୍ବୀପ ପ୍ରଜ୍ବଳନ କରାଯିବ। ସମଗ୍ର ଗୁଣପୁରରେ ଆମିଷ ଓ ମଦ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି। ପ୍ରତେକ ସାହିରେ ରାମଙ୍କ ଫୋଟ ଚିତ୍ର ଲଗାଇ ଦୀପ, ଧୂପ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। ଆଜିର ଏହି ପବିତ୍ର ଦିନ ସମଗ୍ର ବିଶ୍ୱର ହିନ୍ଦୁ ମାନଙ୍କୁ ଏକତା କରିଦେଇଛି ବୋଲି ମହାନ୍ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି।