ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସହ “ଭାଷା, ସାହିତ୍ୟ ଓ ସୃଜନଶୀଳ ଉତ୍ସବ ” ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସ୍ଥିତ  ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ସହ “ଭାଷା, ସାହିତ୍ୟ ଓ ସୃଜନଶୀଳ ଉତ୍ସବ ” ଅନୁଷ୍ଠିତ ହୋଇଯାଇଛି ।  ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାଳୀ ଚରଣ ପରିଡା  ସଭାପତିତ୍ଵରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତ୍ତିବାସ ବିଶ୍ଵାଳ ମୂଖ୍ୟ ଅତିଥି ରୂପେ,ଅବସରପ୍ରାପ୍ତ ରେଞ୍ଜର ଅନୁପମ ବାନାର୍ଜୀ, ଲାଲସିଂ ସରପଞ୍ଚ ଶିବରାମ ସାହୁ  ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଲାଲସିଂ କ୍ଲଷ୍ଟର ସିଆରସିସି  ଦ୍ଵିତୀକୃଷ୍ଣ ଲେଙ୍କା,  ଅବସରପ୍ରାପ୍ତ ପ୍ରଧାନ ଦିଗାମ୍ଵର ପ୍ରଧାନ, ସାମ୍ବାଦିକ ବିଶ୍ୱମ୍ଭର ଜେନା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚାନନ ବେହେରା ପ୍ରମୁଖ ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।  ଆସନ୍ତା ଫେବୃୟାରୀ ୨ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା “ବିଶ୍ଵ ଓଡିଆ ଭାଷା ସମ୍ମିଳନୀ” ପରିପ୍ରେକ୍ଷୀରେ, କୋମଳ ମତି ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭା, ଅନ୍ତର୍ନିହିତ ଗୁଣାବଳୀ, ଦକ୍ଷତା ଓ ନୂତନ ସମ୍ଭାବନା ଗୁଡିକର ଅନ୍ଵେଷଣ, ଉନ୍ମୋଚନ ତଥା ବିକାଶ ପାଇଁ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାୟୋଜିତ  କାର୍ଯ୍ୟକ୍ରମ “ଭାଷା, ସାହିତ୍ୟ ଓ ସୃଜନଶୀଳ ଉତ୍ସବ ” ରାଜ୍ୟ ର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଜାନୁୟାରୀ ୧୬ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ଏହି ଉତ୍ସବ ସହିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା। ଏହି ବିଦ୍ୟାଳୟ ର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସାହିତ୍ୟ ସୃଜନୀ, କୋଶଳୀ, କ୍ରୀଡାଙ୍ଗନ ଓ ଜିଜ୍ଞାସା – ଏହି ପରି ୪ ଟି କ୍ଳବ୍ ଗଠନ କରାଯାଇ , ପ୍ରତ୍ୟେକ କ୍ଳବ୍ ର ପାଇଲଟ୍, କୋ- ପାଇଲଟ୍ ଓ ଶ୍ରେଷ୍ଠ ପ୍ରତିନିଧି ମାନଙ୍କୁ ମାନପତ୍ର ଓ ଫଳକ ଦ୍ୱାରା ସମ୍ମାନିତ କରାଯାଇଥିଲା। ସେହିପରି ବର୍ଷର ଶ୍ରେଷ୍ଠ ହାଉସ୍, ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଓ ବିଭିନ୍ନ ଶୈକ୍ଷିକ ପ୍ରତିଯୋଗିତାରେ  କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।