ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ନିକଟସ୍ଥ ଶ୍ରୀକଲା ଘାଟିରେ ଏକ କାର ନମ୍ବର OD-02 BP 9859 ଦୁର୍ଘଟଣା ଗସ୍ତ ହୋଇଛି I ଗ୍ରାମବାସୀ ଙ୍କ ଦ୍ୱାରା ଆହତ ତିନି ଜଣଙ୍କୁ ଉଦ୍ଧାର କରାଯାଇ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଛି I


କାର ମାଲିକ ଅଭିଷେକ ଗିରି ନିଜେ କାର ଚଳାଉଥିବା ବେଳେ ସାଥିରେ ସୁନୀଲ ପଟ୍ଟନାୟକ ଏବଂ ସାୟନ ମୁଖାର୍ଜି ଗାଡ଼ିରେ ବସିଥିଲେ I ସୂଚନା ପ୍ରକାରେ ଘୁ.ଉଦୟଗିରି ଅଞ୍ଚଳରେ ଓଡ଼ିଆ ଫିଲ୍ମ “ଅଦୃଶ୍ୟ” ସୁଟିଂ ଚାଲିଅଛି I ଯେଉଁଥିରେ ନାୟକ ଭୂମିକାରେ ଅଭିଷେକ ଗିରି ଓ ନାୟିକା ସାୟନ ମୁଖାର୍ଜୀ ଅଭିନୟ କରୁଥିବା ସୂଚନା ରହିଛି I ସକାଳୁ ସକାଳୁ ଶ୍ରୀକଲା ଘାଟି ଆଡ଼େ ବୁଲି ଯାଇ ଫେରୁଥିବା ବେଳେ ଘନ କୁହୁଡ଼ି ଯୋଗୁଁ ଘାଟିରେ କାରଟି ଭାରସାମ୍ୟ ହରେଇ ଏକ ଗାର୍ଡ ୱାଲକୁ ମାଡ଼ ହୋଇ ପ୍ରାୟ। ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଓଲଟି ଯାଇଛି I ଡ୍ରାଇଭର ସିଟବେଲ୍ଟ ପିନ୍ଧିଥିବା ଯୋଗୁଁ ସେଫଟି ବେଲୁନ ବାହାରି କେହିହେଲେ ବିଶେଷ ଗୁରୁତର ଆହତ ହୋଇନ ଥିବା ସୂଚନା ରହିଛି I ଦୁର୍ଘଟଣା ସ୍ଥଳରେ ପୁଲିସ S.I କାମରାଜ ରେଡି ଏବଂ ଟିମ ପହଞ୍ଚି ଦୁର୍ଘଟଣାର କାରଣ ଉପରେ ତଦନ୍ତ କରୁଛନ୍ତି I