<span;>ଅନୁସନ୍ଧାନ ଭାରତ ( ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ବାଟାଗୁଡା ପଞ୍ଚାୟତର ଗଦ୍ରଙ୍ଗିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ଓଡି -୧୨- ୩୫୮୭ ନମ୍ବର ବାଇକକୁ ଓଡି୭-ଏଏଫ ୭୭୭୬ନମ୍ବର ଟ୍ରକ ପଛପଟୁ ଧକା ଦେଇଛି। ଘଟଣା ସ୍ଥଲରେ ବାଇକ ଚାଳକଙ୍କ ମୃତ୍ୟୁ। ମୃତ୍ୟୁ ଘଟିଛି l।ମୃତ ଯୁବକ। ଜଣକ ହେଲେ ତୁମ୍ବୁଡିବନ୍ଧ ବ୍ଲକର ଝାଲୀପଡ଼ା ଗ୍ରାମର ମନୋଜ ପ୍ରଧାନୀ l ସେ ବାଲିଗୁଡା କୌଣସି କାମରେ ଯାଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।। ଏହି ଘଟଣାଟି ପ୍ରାୟ ଅପରାହ୍ନ ୪ ଟା ୩୦ମିରେ ଘଟିଥିବା ସୂଚନା ମିଳିଛି । ଘଟଣାଟି ଗଦ୍ରଙ୍ଗିଆ ସ୍କୁଲ ପାଖରେ ହିଁ ଘଟିଛି । ଯେତେବେଳେ ଘଟଣା ଘଟି ଥିଲା ସେତେବେଳେ ଗୋଟେ ଗଛ ପଡିଲା ପରି ପ୍ରଚଣ୍ଡ ଶବ୍ଦ ହୋଇ ଥିଲା l ସେହି ଶବ୍ଦ ଶୁଣି ସ୍ଥାନୀୟ ଲୋଲେ ସେଠାକୁ ଦୌଡ଼ି ଯାଇ ଥିଲେ ଓ ଯୁବଙ୍କ ରକ୍ତାକ୍ତ ମୃତ ଦେହ ଦେଖି ରାସ୍ତାର ଦୁଇ ପଟେ ଯାନଵାହନ ରଖି ତୁରନ୍ତ ବନ୍ଦ କରି ବାଲିଗୁଡା ପୁଲିସକୁ ଖବର ଦେଇଥିଲେ।
ବାଲିଗୁଡା ପୁଲିସ ସେଠାରେ ପହଁଚି ଘଟଣାଟିକୁ ତଦାରଖ କରି ମୃତ୍ୟୁ ଦେହକୁ ଜବତ କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠେଇ ଥିଲେ । ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ କୁର୍ତ୍ତମଗଡ଼ ପନ୍ଦର ମାଇଲରେ ଲୋକମାନେ ଅଟକାଇ ଥିଲେ। ଟ୍ରକ ପାଖରେ ପୁଲିସ ସେଠାରେ ପହଞ୍ଚି ଟ୍ରକ ମଧ୍ୟ ଜବତ କରି ଥିଲା l