ଅନୁସନ୍ଧାନ ଭାରତ(ଵ୍ୟୁର): କନ୍ଧମାଳ ରାଇକିଆ ବ୍ଲକ ଅନ୍ତର୍ଗତ ପାଡ଼ାସୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି l ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବ୍ୟବସ୍ଥା ରହିଛି କିନ୍ତୁ ବିଦ୍ୟାଳୟରେ ଆନୁସାଙ୍ଗିକ ବ୍ୟବସ୍ଥା ନ ଥିବା ଅବିଭାବକ ଅଭିଯୋଗ କରିଛନ୍ତି l
ଯାହା କି କନ୍ଧମାଳ ଜିଲ୍ଲା ପାଇଁ ଏକ ଲଜ୍ୟା ଜନକ ବିଷୟ ବୋଲି ଅଞ୍ଚଳବାସୀ କହିଛନ୍ତି l ନିଜ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟରେ ପାଠ ପଡ଼ି ଭବିଷ୍ୟତ ଗଠନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ଆଶା ରହି ଥିବା ବେଳେ ଦେଖିବାକୁ ମିଳିଛି ଭଙ୍ଗା ସ୍କୁଲ ଘର l ଏହି ବିଦ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଗୋଟିଏ ଶ୍ରେଣୀ ଗୃହରେ ବସି ପାଠ ପଡନ୍ତି ଛାତ୍ରଛାତ୍ରୀ l ସବୁ ଶ୍ରେଣୀ ଗୃହ ଭାଙ୍ଗି ଯାଇ ଥିବା ସହ ଅର୍ଦ୍ଧ ଭଗ୍ନ ଗେଟ ରହି ଥିବା ମଧ୍ୟ ଦେଖିବାକୁ ମିଳିଛି l ଗୋଟେ ଫାଳ ଫାଟକ ରହି ଥିବା ବେଳେ ଅନ୍ୟ ଫାଳ ଫାଟକ ନାହି l ଏହି ସ୍କୁଲରେ ପଡ଼ି ଛାତ୍ରଛାତ୍ରୀମାନେ ପାଠ ପଢ଼ି ନିଜର ଉଜ୍ଜ୍ବଳ ଭବିଷ୍ୟତ ଗଡ଼ିବେ କି ବୋଲି ଅଭିାବକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି l ବିଦ୍ୟାଳୟରେ ନା ବସିବା ପାଇଁ ଅଛି ଭଲ ଶ୍ରେଣୀ ଗୃହ, ନା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଗାଈଗୋରୁ ଛେଳିମେଣ୍ଡାଙ୍କ ଠାରୁ ସ୍କୁଲର ବଗିଚା ସୁରକ୍ଷିତ ପାଇଁ ଭଲ ଗେଟ l ଏତିକିରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ସ୍କୁଲ ପ୍ରତି ଥିବା ଗୁରୁ ଦାୟିତ୍ୱ ଜଳଜଳ ହୋଇ ଦେଖା ଯାଉଛି ବୋଲି ସ୍ଥାନୀୟ ବାସିନ୍ଦା ମତପ୍ରକାଶ କରିଛନ୍ତି l ତେଣୁ ସରକାର ପାଡ଼ାସି ପ୍ରାଥମିକ ବିଦ୍ୟାଳୟ ପ୍ରତି ଦୃଷ୍ଟି ଦେଇ ବିକାଶ କଲେ ଅଂଚଳର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ି ଉଠନ୍ତା ବୋଲି ସାଧରଣରେ ମତପ୍ରକାଶ ପାଇଛି l