ବୁଦୁଲି ହାଇସ୍କୁଲରେ ବାର୍ଷିକ ଉତ୍ସବ ମହାଆଡମ୍ବର ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ଵ୍ୟୁର): ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବୁଦୁଲି ହାଇସ୍କୁଲରେ ବାର୍ଷିକ ଉତ୍ସବ ପାଳନ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ପ୍ରଭା ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି  ତ୍ରିଲୋଚନ ଜେନା ମୂଖ୍ୟ ଅତିଥି ରୂପେ, ଲାଲସିଂ କ୍ଲଷ୍ଟର ସିଆରସିସି  ଦ୍ଵିତୀକୃଷ୍ଣ ଲେଙ୍କା ମୂଖ୍ୟ ବକ୍ତା ରୂପେ ଏବଂ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଯୁକ୍ତ ଗୋପାଳ ସ୍ଵାଇଁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।  ଚଳିତ ବର୍ଷ ଫେବୃଆରୀ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ” ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” ପରିପ୍ରେକ୍ଷୀରେ ଓଡିଶାର ସମସ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଜାନୁଆରୀ ୧୬ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କ ପାଇଁ ଭାଷା, ସାହିତ୍ୟ ଓ ସୃଜନଶୀଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ  ବୁଦୁଲି ହାଇସ୍କୁଲରେ ଆକାଂକ୍ଷୀ ପାଠ୍ୟକ୍ରମ ଜରିଆରେ ଶିକ୍ଷାର୍ଥୀ ମାନଙ୍କୁ ସାହିତ୍ୟ ସୃଜନୀ, କୋଶଳୀ, କ୍ରୀଡାଙ୍ଗନ ଓ ଜିଜ୍ଞାସା ଭଳି ୪ ଗୋଟି କ୍ଲବ ରେ ବିଭକ୍ତ କରି ସେମାନଙ୍କର ଲୁକ୍କାୟିତ ପ୍ରତିଭା, ଅନ୍ତର୍ନିହୀତ ଗୁଣାବଳୀର ବିକାଶ, ଦକ୍ଷତା ଓ ନୂତନ ସମ୍ଭାବନା ଗୁଡ଼ିକର ଉନ୍ମୋଚନ, ଆବିଷ୍କାର ତଥା ପ୍ରତିପାଦନ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ “ମୋ କଥା, ମୋ କାହାଣୀ” ନାମକ ଏକ ଓଡ଼ିଆ ସାହିତ୍ୟ ପୁସ୍ତକ ଲେଖିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବିଭିନ୍ନ ଶୈକ୍ଷିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ସିଲ୍ଡ୍ ଦେଇ ସମ୍ମାନିତ କରାଯାଇଥିଲା। ସେହିପରି ହାଉସ୍ ସିଷ୍ଟମରେ ଶ୍ରେଷ୍ଠ ହାଉସ୍ ର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।  ଶିକ୍ଷକ କାଳୀପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।