ଘୁ.ଉଦୟଗିରୀ କଂଗ୍ରେସ ପକ୍ଷରୁ ଜୋନାଲ ସ୍ତରିୟ କମିଟି ଗଠିତ: ମାନଭଞ୍ଜନ ପ୍ରଧାନ ସଭାପତି, ଥୋମାସ ପ୍ରଧାନ ସମ୍ପାଦକ, ଦେବନ୍ଦ୍ର ନାୟକ କୋଷାଧ୍ୟକ୍ଷ, ପ୍ରତାପ ଚନ୍ଦ୍ର ପ୍ରଧାନ ଉପସଭାତି ଓ ଗଗନ କୁମାର ପ୍ରଧାନ ସହସମ୍ପାଦକ ଭାବେ ମନୋନୀତ…
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଠାରେ ଆଜି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକଙ୍କ ନେତୃତ୍ବରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି କର୍ମୀ ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, ନଗର କଂଗ୍ରସ ସଭାପତି ସୂର୍ଯ୍ୟକାନ୍ତ ନାୟକ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ପୂର୍ବତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ, ୱାର୍ଡ ନଂ୮ର କାଉନସିଲର ଯାକେଶ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ତରଣି ସେନ ନାୟକ, ମାନ ଭଞ୍ଜନ ପ୍ରଧାନ, ଥୋମାସ ପ୍ରଧାନ, ଦେବେନ୍ଦ୍ର ନାୟକ, ପ୍ରମୋଦ ପ୍ରଧାନ, ମହୀପତି ନାୟକ, ମିଲନ ନାୟକ, ସୁଧୀର ଦିଗାଳ, କଂଗ୍ରେସ କର୍ମୀ ସୁଭ୍ରମନ୍ୟୁ ନାୟକ, ଉମେଶ ମଲ୍ଲିକ, ଅବକାଶ ନାୟକ, ମଧୁଲିନା ଦିଗାଳ, ବିବୁନା ପ୍ରଧାନ, ଜିଖରିୟ ନାୟକ, ହିରେନ ନାୟକ ଓ ରାଇକିଆ ବ୍ଲକ କଂଗ୍ରେସ ସଭାପତି କ୍ରିଷ୍ଣା ପ୍ରିୟା ପ୍ରଧାନଙ୍କ ସମେତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କଂଗ୍ରେସ ସଭାପତିଙ୍କ ସହ କର୍ମକର୍ତ୍ତା ଯୋଗ ଦେଇ ଥିଲେ l ଏହି ଅବସରରେ ଜୋନ ସ୍ଥରିୟ କମିଟି ଗଠନ କରାାଇ ଥିଲା l ଜୋନ ସ୍ତରିୟ କମିଟି ପାଇଁ ସଭାପତି ଭାବେ ମାନ ଭଞ୍ଜନ ପ୍ରଧାନ, ଉପସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଥୋମାସ ପ୍ରଧାନ, ସହସଂପାଦକ ଗଗନ କୁମାର ପ୍ରଧାନ ଓ କୋଷାଧକ୍ଷ ଭାବେ ଦେବେନ୍ଦ୍ର ନାୟକଙ୍କୁ ମନୋନୀତ କରାଯାଇଛି l ଉକ୍ତ ସଭାରେ ବ୍ଲକ ସଭାପତି ସଦାନନ୍ଦ ନାୟକ ସଭାପତିତ୍ବ କରିଥିବା ବେଳେ ବରିଷ୍ଠ କଂଗ୍ରେସ କର୍ମୀ ପ୍ରମୋଦ ପ୍ରଧାନ ଓ ରାଇକିଆ ବ୍ଲକ କଂଗ୍ରେସ ସଭାପତି କ୍ରିଷ୍ଣା ପ୍ରିୟା ପ୍ରଧାନ କଂଗ୍ରେସର ହାତ ମୁଠାକୁ ଟାଣ କରିବା ପାଇଁ ସମସ୍ତେ ଏକଜୁଟ ହୋଇ ଆଗାମୀ ନିର୍ବାଚନରେ ବିଜେଡି ଓ ବିଜେପି ବିରୋଧରେ ଲଢେ଼ଇ କରିବା ପାଇଁ ଆହ୍ୱାନ କରିଥଲେ l ଶେଷରେ ବ୍ଲକ ସଭାପତି ସଦାନନ୍ଦ ନାୟକ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥଲେ l କଂଗ୍ରେସକୁ ଅଧିକ ସଶକ୍ତ କରିବା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତରୁ ଦୁଇ ଓ ବିଜ୍ଞାପିତଅଞ୍ଚଳ ପରିଷଦର ପ୍ରତ୍ୟେକ ୱାର୍ଡରୁ ଜଣେ ଲେଖାଏଁ ସଦସ୍ୟଙ୍କୁ ମନୋନୀତ କରି ଆଜିର ଜୋନାଲ କମିଟି ଗଠନ କରାଯାଇ ଥିବା ଘୁ.ଉଦୟଗିରୀ କଂଗ୍ରେସ ପକ୍ଷରୁ ସୂଚନା ଦିଆଯଇଛି l