ଓଡି଼ଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର ଅନୁଷ୍ଠିତ….

<span;>ଅନୁସନ୍ଧାନ ଭାରତ (ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆଁ-ଓ ତରଫରୁ  ଜଗନ୍ନାଥ ସଂସ୍କୃତି ଶୀର୍ଷକ ଏକ ତାତ୍ୱିକ ଆଲୋଚନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ସଭାପତିତ୍ବ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ବକ୍ତା ତଥା ସାଧନ ବ୍ୟକ୍ତି ଭାବେ ପ୍ରବଚ଼କ ଓ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ପ୍ରମୋଦ କୁମାର ନାୟକ, ଡେଲାଙ୍ଗ, ପୁରୀ  ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ତାତ୍ୱିକ ଆଲୋଚନା କରିଥିଲେ । ନୂଆ-ଓ ନୋଡାଲ ଅଧିକାରୀ ଡ଼ଃ ଜୟଦେବ ଗୌଡ଼ ସଭାର ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ବାଗତ ଭାଷଣ ଦେଇଥିଲେ । ଏଥିରେ ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ । ପରିଶେଷରେ ଭାଷା ସାହିତ୍ୟ ଓ ସଂସ୍କୃତି ନୋଡାଲ ଅଧିକାରୀ ଅଧ୍ୟାପକ ସୁନୀଲ କୁମାର ମୁନି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ି.ଇ.ଓ ସରୋଜ କୁମାର ନାୟକ ସମେତ ସ୍ବେଚ୍ଛାସେବୀ ଗୋପାଳ ପାତ୍ର, ମନୋଜ କୁମାର ପ୍ରଧାନ, ଶୁଭମ୍ ପ୍ରଧାନ, ଦୂତିକୃଷ୍ଣ ଭୋଇ ଓ ଆଶିଷ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ।