ସ୍କୁଟି ଓ ବୋଲେରୋ ପିକଅପ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର….

ଅନୁସନ୍ଧାନ ଭାରତ (ବ୍ୟୁର): ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଓ କେଶରାପଲ୍ଲୀ ଛକ ମଧ୍ୟରେ ସ୍କୁଟି ସହ ବୋଲେରୋ ପିକଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ସ୍କୁଟି ଆରୋହୀ ମୃତ୍ୟୁ ଘଟିଥିବା ବେଳେ ସ୍କୁଟିରେ ବସିଥିବା ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ ଏବଂ ସେଠାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଛନ୍ତି I ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣଙ୍କ ହେଲେ କେଶରାପଲ୍ଲୀ ଗ୍ରାମର ସ୍ୱାଧୀନ ବିଷୋୟୀ( ୨୩) ଏବଂ ଗୁରୁତର ଆହତ ହୋଇଥିବା ଯୁବକ ଜଣଙ୍କ ହେଲେ ସାଗର ବିଷୋୟୀ (୨୩) I ଘଟଣା ସ୍ଥଳରେ ଗାଙ୍ଗପୁର ପୁଲିସ ପହଞ୍ଚି ସ୍ଵାଧୀନର ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଥିବା ଜଣାପଡିଛି I ଏନେଇ ଗାଙ୍ଗପୁର ଥାନାରେ ୧୭/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।