ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବ୍ଲକ ଅନ୍ତର୍ଗତ ପଦ୍ମପୁରରେ ସାମ୍ପ୍ରତିକ ପରିସ୍ଥିତିରେ ରକ୍ତର ଅଭାବ ଓ ରକ୍ତଦାନର ମହତ୍ତ୍ଵକୁ ବୁଝି ଆଜି ପଦ୍ମପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରମେଶ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ କମ୍ୟୁନିଟି ହଲ ଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଦ୍ମପୁର ତହସିଲଦାର ଗୀତାଞ୍ଜଳି ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ବିଜୁ ଛାତ୍ର ଜନତାଦଳର ରାଜ୍ୟ ଉପସଭାପତି ବିଷ୍ଣୁପ୍ରସାଦ ପଣ୍ଡା, ଗଗନ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ ରବି ନାରାୟଣ ଆଚାର୍ଯ୍ୟ,ପ୍ରଶାନ୍ତ କୁମାର ସାହୁ(ବୁଲୁ ଭାଇ), ହୁରୁଚୁଲା ମାଝୀ, ନେତ୍ରାନନ୍ଦ ଶବର, ରମେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ରକ୍ତଦାନ ଶିବିରରେ ଏମକେସିଜି ବ୍ରହ୍ମପୁର ରକ୍ତଭଣ୍ଡାରର ଡାକ୍ତର ଚିନ୍ମୟ ବେହେରା, ସୁଶାନ୍ତ ପ୍ରଧାନ, ଚନ୍ଦ୍ରଶେଖର ଗୋଡ, ରାମହରି ପଣ୍ଡା, ସୁଶାନ୍ତ ପଣ୍ଡା, ବସନ୍ତ ବେହେରା, ଡମ୍ବୁରୁ କାର୍ଜି ଓ ଟିମ୍ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଆଜିର ଏହି ରକ୍ତଦାନ ଶିବିର ରେ ମୋଟ ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଚକ୍ର ବେହେରା, ପି.ରାମ ପ୍ରସାଦ, ଭୂଷଣ ଦଳପତି, ଜଗଦୀଶ ସାହୁ, ଜିତେନ୍ଦ୍ର ସାହୁ, ଭଗବାନ ସାହୁ, ଭାରତ ମିଶ୍ର, ଗିରିଧର ସାହୁ, ଚନ୍ଦନ ସାହୁ, ନୀଳମାଧବ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ। ପଦ୍ମପୁର ରେ ପ୍ରଥମ୍ ଥର ପାଇଁ ମେଗା ରକ୍ତଦାନ ଶିବିର ଆୟୋଜନ କରି ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଏହି ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ସାଧୁବାଦ୍ ଜଣାଇଛନ୍ତି।