ନକଲି ମାଇନ୍ସ ଅଧିକାରୀଙ୍କୁ ଅସଲି ମାଇନ୍ସ ଅଧିକାରୀଙ୍କ ସୁରକ୍ଷା, ବେଆଇନ ବାଲି ଟ୍ରାକ୍ଟର ଗୁଡିକରୁ ମୋଟା ଅଙ୍କର ଟଙ୍କା ଆଦାୟ ଅଭିଯୋଗ…
<span;>ଅନୁସନ୍ଧାନ ଭାରତ (ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ସହରରେ ଆଜି ଏକ ଅଭାବନୀୟ ଦ୍ରୁଶ୍ଯ ଦେଖିବାକୁ ମିଳିଛି। ନିଜକୁ ମାଇନ୍ସ ଅଧିକାରୀଙ୍କୁ ପରିଚୟ ଦେଇ ବେଆଇନ ବାଲି ଟ୍ରାକ୍ଟର ଗୁଡିକରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଦେଖିବାକୁ ମିଳିଛି। ରାୟଗଡା ଜିଲ୍ଲା ଗୁଣପୁର ସହର ସମେତ ଆଖପାଖ ଅଞ୍ଚଳରୁ ଆଜି ସକାଳୁ ଦୁଇଜଣ ବ୍ୟକ୍ତି ବିଶେଷ ଏକ କାର ରେ ଆସି ବାଲି ଟ୍ରାକ୍ଟର ଗୁଡିକୁ ଅଟକାଇ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା । ଜଣେ ନିଜକୁ ମାଇନ୍ସ ର ଅଧିକାରୀ କହୁଥିବା ବେଳେ ଆଉ ଜଣେ ଗାଡ଼ି ଗୁଡିକ ଅଟକାଇ ଜରିମାନା ଦେବା ପାଇଁ କହୁଥିଲେ । ତେବେ ହଠାତ ଗୁଣପୁର ସହର ମଧ୍ୟରେ ଏଭଳି ଘଟଣା ଘଟୁଥିବା ବିଜୁଳି ବେଗରେ ଖବର ପ୍ରଚାରିତ ହେବା ପରେ କିଛି ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ସତ୍ୟାସତ୍ୟ ଜାଣିବାକୁ ଚାହିଁଥିଲେ । ତେବେ ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ମାଇନ୍ସର ଅଧିକାରୀ ହୋଇଥିବା ବେଳେ ଅନ୍ୟଜଣେ ଅପରିଚିତ ବ୍ୟକ୍ତି ଥିବା ଜଣାପଡିଥିଲା । ଯିଏ କି ଗାଡି ଗୁଡ଼ିକ ଅଟକାଇବା କାର୍ଯ୍ୟରେ ଲାଗିପଡିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ବାରମ୍ବାର ତାଙ୍କ ପରିଚୟ ପଚାରିଥିଲେ ମଧ୍ୟ କିଛି ନ କହି ନିଜ ମୁହଁକୁ ଗାମୁଛାରେ ଢ଼ାଙ୍କି ଦେଉଥିବା ଦେଖିବାକୁ ମିଳିଥିଲା । ତେବେ ସାଙ୍ଗରେ ଆସିଥିବା ମାଇନ୍ସ ଅଧିକାରୀ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ବେବା ପରିବର୍ତ୍ତେ ଏନେଇ ନୀରବ ରହିଥିଲେ । ତେବେ କିଏ ଏହି ଅଜଣା ବ୍ୟକ୍ତି ? ତାଙ୍କୁ କିଏ ପଠେଇଛନ୍ତି କାହା ସାହସରେ ସେ ଏଭଳି ଗାଡ଼ି ମଟର ଅଟକାଇବା କାର୍ଯ୍ୟରେ ନିୟୋଜିତ ଥିଲେ ତାହା ଅଞ୍ଚଳ ବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ । ଯଦି ମାଇନ୍ସର କୌଣସି ଅଧିକାରୀ ତେବେ ନିଜ ପରିଚୟ ନ ଦେବା, ଗାମୁଛାରେ ମୁହଁ ଢାଙ୍କିବା କାରଣ କଣ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ଏବେ ଏ ନେଇ ସାରା ଜିଲାରେ ନକଲି ମାଇନ୍ସ ଅଧିକାରୀଙ୍କୁ ଅସଲି ମାଇନ୍ସ ଅଧିକାରୀଙ୍କ ସୁରକ୍ଷା ଦେଉ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ।