<span;>ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ସହର ଭାବେ ପରିଚିତ ଘୁ.ଉଦୟଗିରି ସହରର ଅବ୍ୟବସ୍ଥା ଘେରରେ ରହିଥିବା ଦେଖା ଦେଇଛି l ବର୍ତମାନ ସହର ମଧ୍ୟ ରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା l ଯାହା ପାଇଁ ପ୍ରଶାସନ ପକ୍ଷରୁ କିଛି ମାସ ପୁର୍ବରୁ ସହରର ତହସିଲ ସଂଲଗ୍ନ ପାଚେରି ନିକଟରେ ଆରମ୍ଭ ହୋଇଥିଲା ଯାତ୍ରୀ ବିଶ୍ରାମଗାର କାମ। ହେଲା ଆଜି ପଯ୍ୟନ୍ତ ଏହି ଯାତ୍ରୀ ବିଶ୍ରାମଗାର ସଂପୂର୍ଣ୍ଣ ହୋଇପାରି ନଥିବା ଅଞ୍ଚଳରେ ଅଶାନ୍ତି ଦେଖା ଦେଇଛି । ମାସ ମାସ ଧରି କାମ ବନ୍ଦ ରହିବା ଫଳରେ ଏବେ ଏହା ପରିସ୍ରାଗାର ପାଲଟିଗଲାଣି। ତହସିଲ କାଯ୍ୟଳୟକୁ ଲାଗି ନିର୍ମାଣାଧିନ ଏହି ଯାତ୍ରୀ ବିଶ୍ରାମଗାର ଯେଉଁ ଉଦେଶ୍ଯ ନେଇ ନିର୍ମାଣ ହେଉଥିଲା ସେ ଉଦେଶ୍ଯ ପୁରଣ ହୋଇ ନାହିଁ । ଓଲଟା ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ନିକଟରେ ଥିବା ଥଣ୍ଡା ସ୍ୱଛ ପାନୀୟ ଜଳକୁ ବ୍ୟବହାର କରିବାକୁ ଲୋକେ ନାକ ଟେକିଲେଣି ।
ଘୁ.ଉଦୟଗିରି ସହରରେ ଖରା ବର୍ଷା ଶୀତରୁ ରକ୍ଷା ପାଇବାକୁ ଯାତ୍ରୀ ବିଶ୍ରାମ ଗାର ଟିଏ ନଥିବା ଯୋଗୁ ଯାତ୍ରୀ ନାହିଁ ନଥିବା ହଇରାଣ ହେଉଥିବା ବେଳେ ଅତ୍ୟାବଶ୍ୟକ ହେଉଥିବା ଏହି କାଯ୍ୟ ସଂପୂର୍ଣ୍ଣ କରିବାରେ ଏତେ ମନ୍ଥରତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ଏହାକୁ ଅଗ୍ରାଧିକାର ଭିତିରେ କାର୍ଯ୍ଯ ସଂପୂର୍ଣ୍ଣ କରିବାକୁ ସାଧାରଣରେ ଦାବୀ ହୋଇଛି।