
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ଶିକ୍ଷା ପରିଷଦ ଓଡ଼ିଶାର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ବ ଏହି ବୈଠକରେ ସଂପାଦକ ଅରୁଣ କୁମାର ଷଡ଼ଙ୍ଗୀ ବିବରଣୀ ପାଠ କରିଥିଲେ । ଆସନ୍ତା ଦିନରେ ହେବାକୁ ଥିବା ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଓ ଶିକ୍ଷା ଦାନ ପ୍ରଣାଳୀ ଉପରେ ଆଲୋଚନା ହୋଇଥିଲା । ଆସନ୍ତା ଶିକ୍ଷା ବର୍ଷ ପାଇଁ ସମସ୍ତ କାଯ୍ୟକ୍ରମ ଓ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଉପ ସଭାପତି ଗୋବିନ୍ଦ ନାହାକ ଉପସ୍ଥାପନ କରିଥିଲେ । କୋଷାଧ୍ୟକ୍ଷକ ବିଷ୍ଣୁ ପ୍ରସାଦ ରଥ ଆୟବ୍ୟୟ ପଠନ ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ ଗୌରହରି ପ୍ରଧାନ, ଦିଲୀପ କୁମାର ଖାଡଙ୍ଗା, ନିରାକାର ନାୟକ, ରଞ୍ଜିତା ଷଡ଼ଙ୍ଗୀ, ଲଡୁ କିଶୋର ପ୍ରଧାନ, ମାନସ ରଞ୍ଜନ ଗୌଡ, ସରିତା ସାହୁ, ବିଷ୍ଣୁ ପ୍ରିୟା ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅରୁଣ କୁମାର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।