ଅନୁସନ୍ଧାନ ଭାରତ:(ବ୍ୟୁର): ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ି ଧକ୍କାରେ ନାବାଳକର ଗୋଡ଼ ଭାଙ୍ଗି ଥିବା ଅଭିଯୋଗ ହୋଇଛି l ଧକ୍କା ଡେଇ ଚାଲିଯାଉଥିବା ବେଳେ ଗାଁ ଲୋକେ ମନ୍ତ୍ରୀଙ୍କୁ କାବୁ କରି ଥିଲେ । ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବେଲକଣା ଗାଁରେ ଘଟିଥିବା ସୂଚନା ମିଳିଛି l ମନ୍ତ୍ରୀ ସିକରପାଇ ଗାଁରେ ଆୟୋଜିତ ଭୋଲିବାଲ ତର୍ଣାମେଣ୍ଟ ଉଯାପିତ କାର୍ଯ୍ୟକ୍ରମର ଯୋଗଦେଇ ଫେରିବା ବେଳେ ବେଲକଣା ଛକ ଠାରେ ଏକ ନାବାଳକକୁ ଧକ୍କା ଦେଈ ଚାଲିଯାଉଥିବା ବେଳେ ସ୍ଥାନୀୟ ବାସିନ୍ଦା ପ୍ରାୟ ଦେଢ ଶହ ମିଟର ଦୌଡ଼ି ଯାଇ ମନ୍ତ୍ରୀଙ୍କୁ ଅଟକେଇ ପ୍ରତିବାଦ କରିଥଲେ। ପରେ ନାବାଳକଙ୍କ ଗୋଡ଼ ଭାଙ୍ଗି ଆହାତ ହୋଇଥିବା ବେଳେ ନିଜେ ମନ୍ତ୍ରୀ ତାଙ୍କ ଗାଡ଼ିରେ ବସେଇ ରାୟଗଡ଼ା ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି l ବର୍ତ୍ତମାନ ନାବାଳକ ବିପଦ ମୁକ୍ତ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି । ଏନେଇ କାହାର ପ୍ରତିକ୍ରିୟା ମିଳି ପାରି ନାହିଁ l