ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ରକ୍ତ ଭଣ୍ଡାରର ରକ୍ତ ଅଭାବକୁ ପୁରଣ କରିବାକୁ ଆଗେଇ ଆସିଛନ୍ତି ଯୁବଗୋଷ୍ଠୀ। ଭଞ୍ଜନଗର ବ୍ଳକ ସ୍ଥିତ କଇଣ୍ଡି ଗ୍ରାମବାସୀଙ୍କ ଆନୁକୁଲ୍ୟରେ ସ୍ଥାନୀୟ ଛାତ୍ର ସଂଘ ଠାରେ ଆଇନଜୀବୀ ବାଳକୃଷ୍ଣ ପୋଲାଇଙ୍କ ନେତୃତ୍ବରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରୁ ମୋଟ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ସୁକୁମାର ନାୟକ, ଶମ୍ଭୁ ଜେନା, କ୍ଷେତ୍ରବାସୀ ସ୍ୱାଇଁ, ବିନୋଦ କୁମାର ସ୍ବାଇଁ, କାମାକ୍ଷ ପ୍ରଧାନ, ସୁନିତା ପ୍ରଧାନ, ସଂଯୁକ୍ତା ପ୍ରଧାନ, ନିଳାଚଳ ନାୟକ, ଚିତ ରଞ୍ଜନ ଭୁୟାଁ, ଦିଲୀପ କୁମାର ବେହେରା, ସନ୍ତୋଷ କୁମାର ସ୍ବାଇଁ, ଗୀତାଞ୍ଜଳି ନାୟକ, ରାଜେନ୍ଦ୍ର କୁମାର ବେହେରା, ସୁଶାନ୍ତ କୁମାର ଭୁୟାଁ, ବିନୋଦ କୁମାର ରଥ, ଜି ନୀଳମାଧବ ଆଚାରୀ, ସୁନୀତା ପ୍ରଧାନ, ନିଳାଚଳ ନାୟକ, ମମତା ବେହେରା,ରାଜେନ୍ଦ୍ର ବେହେରା,ଶିଶିର ବେହେରା,ବବୃବାହନ ଗୌଡ଼, ଚିତ ରଞ୍ଜନ ଭୁୟାଁ, ବିଭୁତି ସ୍ବାଇଁ, ସୁଦୀପ୍ତା ରଞ୍ଜନ ସାହୁ, ବାସୁଦେବ ଦାଶ,ନଚିତ ରଞ୍ଜନ ପ୍ରଧାନ, ଶ୍ୟାମଘନ ସ୍ବାଇଁ,କିରଣ କୁମାର ପରିଡ଼ା,ସୁନୀତା ପ୍ରଧାନ, ଆଦିତ୍ୟ ଭୂୟାଁ, ବିପିନ୍ ସ୍ବାଇଁ, ମୀରା ବିଷୋୟୀ, ରାକେଶ ସ୍ବାଇଁ, ଅନୀଲ ବେହେରା, ସିମାଚଳ ବିଶୋଇଙ୍କ ସମେତ ସହ ଅନ୍ୟ ଗ୍ରାମର ଲୋକମାନେ ମଧ୍ୟ ରକ୍ତ ଦାନ କରିଥିଲ । ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ରଣସିଂହ, ସତ୍ୟ ନାରାୟଣ ପ୍ରଧାନ, ସନ୍ତୋଷ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କଇଁଣ୍ଡି ଯୁବକଙ୍କ ଏପରି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳ ବସୀ ପ୍ରଶଂସା କରିଛନ୍ତି । ଭଞ୍ଜନଗର ରକ୍ତ ଭଣ୍ଡାରର କର୍ମଚାରୀ ଉପସ୍ଥିତ ଥିଲେ ।