ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦ ପକ୍ଷରୁ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ମିନି ଷ୍ଟାଡିୟମରେ କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିବା ବେଳେ ଚଇତି ପଡିଆରେ ଭଲିବଲ୍ , କବାଡି ଏବଂ ଖୋକୋ ଆରମ୍ଭ ହୋଇଛି । ଶନିବାର ଦିନ କ୍ରିକେଟ୍ ଟିମ୍ ଫାଇନାଲ ମ୍ୟାଚ ଏବଂ ଫୁଟବଲ୍ ମ୍ୟାଚ ଓ ସମସ୍ତ କ୍ରୀଡା ପ୍ରେମୀଙ୍କ ଗହଣରେ ଅନୁଷ୍ଠିତ ହେଇଥିଲା । ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କ୍ରୀଡା ଉତ୍ସବକୁ ମଧ୍ୟରେ ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଏବଂ ପୌର ନିର୍ବାହି ଅଧିକାରୀ ସ୍ବସ୍ତିକ ଜମାଦାର ଉପସ୍ଥିତ ଥିଲେ । ଏଥି ସହ ବିଭିନ୍ନ ୱାର୍ଡର କାଉନସିଲ୍ମାନେ ଉପସ୍ଥିତ ଥିଲେ । କ୍ରୀଡା ଶିକ୍ଷକଙ୍କ ସମେତ ପୌର ପରିଷଦର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।