ଅନୁସନ୍ଧାନ ଭାରତ(ବ୍ୟୁର): ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର ମାଣିକ ପୁର ମଣ୍ଡଳର ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ସମ୍ମିଳନୀ ନିକଟସ୍ଥ ତେଲିଆ ଠାକୁରାଣୀଙ୍କ ପୀଠରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ବିଜୟ ସ୍ୱାଇଁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଭାରୀ ଦୁର୍ଗାଚରଣ ପଟ୍ଟନାୟକ ଓ ଜିଲ୍ଲା ବିସ୍ତାରକ ସନ୍ତୋଷ ବିଶ୍ଵାଳ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ ବିକାଶ ଯୋଜନା ଓ ରାଷ୍ଟ୍ର ବିକାଶରେ ତାଙ୍କର ଅଗ୍ରଣୀ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା । ମଣ୍ଡଳ ସଭାପତି ଅଶୋକ ନାୟକ, ୟୁ ପାପା ରାଓ, କାଳୁ ସ୍ୱାଇଁ, ବୁଧିଆ ନାୟକ, ମାନସ ନାୟକ, ମିଥୁନ ପ୍ରଧାନ, ରୁପି ପ୍ରଧାନ ଓ ଅବିନାଶ ସେଠୀଙ୍କ ସମେତ ପ୍ରାୟ ପାଞ୍ଚ ଶହରୁ ଅଧିକ କର୍ମକର୍ତ୍ତା ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକର ସଫଳ ରୂପାୟନ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ଶପଥ ନେଇଥିଲେ ।