ଶ୍ରୀ ରାମ ଜନ୍ମ ଭୂମି ଲୋକାର୍ପଣ ଉତ୍ସବ ପାଇଁ ଆମନ୍ତ୍ରଣ….

ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକର ମୁଣ୍ଡମରାଇ ଗ୍ରାମବାସୀଙ୍କ ତରଫରୁ ଏକ ବିଶାଳ ଶୋଭାଯାତ୍ରାରେ ଅଯୋଧ୍ୟାରୁ ଆସିଥିବା ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଫଟୋଚିତ୍ର, ଆମନ୍ତ୍ରଣ ପତ୍ର ଓ ଅକ୍ଷତ ଆସିକାରୁ ଅଣାଯିବା ପରେ ମୁଣ୍ଡମରାଇ ବସଷ୍ଟାଣ୍ଡ ନିକଟରୁ ଶ୍ରୀ ରଘୁନାଥ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯାଇଥିଲା । ଅଯୋଧ୍ୟାରେ ଆସନ୍ତା ଜାନୁଆରୀ ୨୨ ତାରିଖ ଦିନ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ଲୋକାର୍ପଣ ହେବାକୁ ଯାଉଛି । ଏହି ଉତ୍ସବରେ ଧରାକୋଟ ବ୍ଲକର ୧୨୦୦୦ ଲୋକ ଯୋଗଦେବାପାଇଁ ଆମନ୍ତ୍ରଣ ପତ୍ର ପହଞ୍ଚିଛି । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର କର୍ମକର୍ତ୍ତା ଓ ସ୍ୱୟଂ ସେବକ ରଜନୀକାନ୍ତ ସାହୁ, ସୁଶିଲ କୁମାର ବେହେରା, ଦୀନବନ୍ଧୁ ମହାରଣା, ପ୍ରକାଶ ଚନ୍ଦ୍ର ସାହୁ, ଗୌତମ ପାତ୍ର, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ମହେଶ୍ୱର ସ୍ୱାଇଁ ଦିବ୍ୟ ଜୀବନ ସଂଘର ପି ତ୍ରିନାଥ ପାତ୍ର, ୟୁ ନାଗେସ୍ୱର ରାଓ ପାତ୍ରଙ୍କ ସମେତ ଗ୍ରାମବାସୀମାନେ ଏଥିରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ । ମା ମାନଙ୍କ ଦ୍ଵାରା ଏହି ଆମନ୍ତ୍ରଣ ସାମଗ୍ରୀକୁ ବନ୍ଦାପନା କରାଯାଇ ମନ୍ଦିରରେ ଅବସ୍ଥାପିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଫଟୋ ଚିତ୍ର, ଅକ୍ଷତ ଓ ଆମନ୍ତ୍ରଣ ପତ୍ରକୁ ବିଭିନ୍ନ ଗ୍ରାମକୁ ପଠାଯାଇ ଘରକୁ ଘର ବଣ୍ଟାଯିବ । ଆସନ୍ତା ଜାନୁଆରୀ ୨୨ ତାରିଖ ଦିନ ଅଞ୍ଚଳର ରଘୁନାଥ ମନ୍ଦିର ଓ ରାମ ମନ୍ଦିରରେ ଦୀପ ପ୍ରଜ୍ବଳନ କରି ଏହି ଭବ୍ୟ ଉତ୍ସବକୁ ସ୍ବାଗତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।