ଗୁମୁଡୁମାହା ଗ୍ରାମରେ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ :(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପରମପାଙ୍ଗା ଗ୍ରାମ ପଞ୍ଚାୟତର ଗୁମୁଡୁମାହା ଗ୍ରାମରେ ଆଜି ଜଙ୍ଗଲ  ସଚେତନତା ଶିବିର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବନ ଅଧିକାରୀ ଏବଂ ଗ୍ରାମର ୱାର୍ଡ ମେମ୍ବର ନକୁଳ ମଲ୍ଲିକ, ଗ୍ରାମର ସମସ୍ତ ମହିଳା ଓ ପୁରୁଷମାନେ ଉପସ୍ଥିତରେ ଏହି କାର୍ଯ୍ୟକ୍ରମକୁ ସାମିଲ ହୋଇ ଥିଲେ । ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରୀମାନେ ଲୋକ ମାନଙ୍କୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ସଠିକ ଭାବରେ ବୁଝାଇ ଥିଲେ l  ଏହା ସହ ଯେଉଁ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗେଇବ ସେ ସମ୍ପର୍କରେ ବନ ବିଭାଗରେ ତୁରନ୍ତ ଜଣେଇବାକୁ କହି ଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ଗ୍ରୀଷ୍ମ ରୁତୁକୁ ଲକ୍ଷ ରଖି ଆୟୋଜିତ କରାଯାଇ ଥିବା ବନ ବିଭାଗ ପକ୍ଷରୁ କୁହା ଯାଇଛି l ଏପରି ଭାବରେ ବନବିଭାଗ କର୍ମଚାରି ପ୍ରତିବର୍ଷ ପ୍ରତ୍ୟକ ଗ୍ରାମରେ ଜଂଗଲ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ କରି ଲୋକ ମାନଙ୍କୁ ସଚେତନତା କରୁ ଥିବା ଅଂଚଳ ବାସୀ ପ୍ରକାଶ କରିଛନ୍ତି । ଏହି ସଚେତନତା କାର୍ଯକ୍ରମରେ ଗୁମୁଡୁମାହା ଗ୍ରାମର ଆଖପାଖରେ ଥିବା ଗ୍ରାମବାସୀ ଜଂଗଲରେ ନିଆ ଲଗାଉ ଥିବା ୱାର୍ଡ ମେମ୍ବର ଅଭିଯୋଗ କରିବା ସହ ଜଂଗଲରେ ନିଆ ନ ଲଗାଇବା ପାଇଁ ଗ୍ରାମ ବାସୀମାନଙ୍କୁ ୱାର୍ଡ ମେମ୍ବର ଅନୁରୋଧ କରି ଶପଥ ପାଠ ମଧ୍ୟ କରାଇଛନ୍ତି ।