ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଗୁଣପୁର ଠାରେ ବିଜେଡି ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଗୁଣପୁର ମହାବିଦ୍ୟାଳୟ ଠାରୁ ଏକ ଗଣ ଦୌଡ ବାହାରି ନୂଆ ବସଷ୍ଟାଣ୍ଡ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଂଚିଥିଲା । ସେଠାରେ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ସେଠାରୁ ବାହାରି ସ୍ଥାନୀୟ ଟାଉନ୍ ହଲ୍ ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ତତ୍ ପରେ ଟାଉନ୍ ହଲ୍ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଗୁଣୁପୁର, ଗୁଡାରୀ, ରାମନଗୁଡ଼ା ପଦ୍ମପୁର ଓ ଚନ୍ଦ୍ରପୁର ଅଞ୍ଚଳର ସତାଧିକା ବିଜୁ ପ୍ରେମୀ ଓ କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ବିଷ୍ନୁ ପଣ୍ଡା, ରାମ ପଣ୍ଡା, ଦେବୀ ଆଚାର୍ଯ୍ୟ, ରାଜେନ୍ଦ୍ର ପ୍ରସାଦ ସାହୁ, ଅଶ୍ୱିନୀ ଗମାଙ୍ଗ, ବିଶ୍ଵନାଥ ସାହୁ, ସାନ ବାଉରୀ, ସୁଜିତ୍ ଶତପଥୀ, କିରଣ କୁମାର, ସାନ ବଙ୍ଗାରି, ରାଜେଶ ପଣ୍ଡା, ଏସ୍ ବାବା ପ୍ରସାଦ, ଶିବ ପାଢି, ରମେଶ ଲିମା ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ।