ବଡ଼ ଦିନ ପର୍ବରେ ଯୋଗ ଦେଲେ କନ୍ଧମାଳ ସାସଂଦ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗଦଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରୁଦାଙ୍ଗିଆ ଗ୍ରାମରେ ଆଜି କନ୍ଧମାଳ ସାଂସଦ ଡ଼ଃ ଅଚୁତ ସାମନ୍ତ ଯୋଗ ଦେଇ, ଖ୍ରୀଷ୍ଟ ବିଶ୍ୱାସି ଭାଇ ଓ ଭଉଣୀଙ୍କ ସହ ନୂତନ ବର୍ଷକୁ ସ୍ବାଗତଂ କରିବା ସହିତ ବଡ଼ ଦିନ ପର୍ବରେ କେକ୍ କାଟି ପରସ୍ପର ମଧ୍ୟରେ ଶାନ୍ତି ସଦଭାବନା ଏବଂ ଭାଇ ଚାରାର ପ୍ରେମ ବାଣ୍ଟି ଆସନ୍ତା ୨୦୨୪ ନୂତନ ବର୍ଷ ସୁଖ ସମୃଦ୍ଧିର ବର୍ଷ ହେବା ପାଇଁ ଇଶ୍ଵରଙ୍କ ନିକଟରେ ସାସଂଦ ଡ଼ଃ ଅଚୁତ ସାମନ୍ତ ପ୍ରାର୍ଥନା କରି ପ୍ରଭୁ ଯୀଶୁଙ୍କ ଆଶିଷ ଭିକ୍ଷା କରିଥିଲେ l ଏହା ସହ ଉପସ୍ଥିତ ଥିବା ବୃଦ୍ଧା ବାପା ମାଆମାନଂକୁ ନୂଆ ଲୁଗା, ଧୁତି, ଗାମୁଛା, ଶାଡୀ ପ୍ରଦାନ କରି ଏକ ଆନନ୍ଦର ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି l ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପଅଧ୍ୟକ୍ଷ ଶ୍ରୀମତୀ ସାଧବାଣୀ ନାୟକ, ଟିକାବାଲି ସମିତି ଉପଧ୍ୟକ୍ଷା ପ୍ରସ୍ମିତା ପ୍ରଧାନ, ସରପଞ୍ଚ  ଗଦଗୁଡା ଶ୍ରୀମତୀ ପୁଷ୍ପଲତା ପ୍ରଧାନ ଏବଂ ସାଂସଦ ପ୍ରତିନିଧି ଶ୍ରୀ ସୃଜନ ନାୟକ ସମେତ ଅଞ୍ଚଳ ଲୋକ ପ୍ରିୟ ବାବୁ ଭାଇଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଆଜିର ଦିନକୁ ଧୁମ ଧାମରେ ପାଳନ କରିଛନ୍ତି l