ଟିକାବାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ…….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମିତି ସଭାଗୃହରେ ଆଜି ବ୍ଲକ ସ୍ତରୀୟ ଜନଶୁଣାଣି ଟିକାବାଲି ଗୋଷ୍ଠୀଉନ୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି l ଟିକାବାଲି ବ୍ଲକର ୧୧ଟି ଗ୍ରାମପଞ୍ଚାୟତର ଜନ ସାଧାରଣ ଆସି ବାଲିଗୁଡା ଉପ ଜିଲ୍ଲାପାଳଙ୍କୁ ନିଜର ବ୍ୟକ୍ତିଗତ ଓ ସାମୁହିକ ଆପତ୍ତି ଅଭିଯୋଗ ପ୍ରଦାନ କରିଛନ୍ତି I ଚଳିତ ବର୍ଷ ୨୦୨୩ ର ଶେଷ ଜନଶୁଣାଣି ଆଜି ଟିକାବାଲି ବ୍ଲକରେ ଉଦଯାପିତ ହୋଇଛି l ଆଜିର ଦିନରେ ମୋଟ ୫୭ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ସାମୁହିକ ସମସ୍ୟା  ୨ଟି ଏବଂ ବ୍ୟକ୍ତିଗତ ସମସ୍ୟା ୫୫ଟି  ପଞ୍ଜିକରଣ ହୋଇ ଥିବା ଜଣାପଡିଛି l ଆଜି  ଜିଲ୍ଲାପାଳ କନ୍ଧମାଳ ଅନୁପସ୍ଥିତିରେ ଥିବା ବେଳେ ଉପଜିଲ୍ଲାପାଳ ବାଲିଗୁଡା ପି.ଏ.ଆଇ.ଟି.ଡି.ଏ ବାଲିଗୁଡା କୃପାସିନ୍ଧୁ ବେହେରା , ସି. ଡି. ଓ./ଇ. ଓ ରାଜେନ୍ଦ୍ର ରଣଜିତ, ଜିଲ୍ଲା ପରିଷଦ କନ୍ଧମାଳ. ପି. ଡି. ଆତ୍ମା, ଏସ. ଡି. ପିଓ .ଘୁ.ଉଦୟଗିରି ବିଜୟ କୁମାର ବିଶି, ଅତିରିକ୍ତ ଏସ.ପି ଲଳିତ ପଟ୍ଟନାୟକ ଏଡି.ବ୍ଲ୍ୟ ଉମେଶ ଚନ୍ଦ୍ର ପ୍ରଧାନ, ଡି.ଏସ. ଏସ. ଓ. ବଳରାମ ସେଠି, ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀ, ଟିକାବାଲି ଉପ ଉଦ୍ୟାନ ଅଧିକାରୀ ରାଜେଶ ବିଶ୍ୱାଳ, ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ୟୋତି ରଞ୍ଜନ ଜେନା, ଟିକାବାଲି ତହସିଲ ନର୍ମଦା ନାୟକ, ଥାନା ଭାରପ୍ରାପ୍ତ ଅଧିକାରିଣୀ କଲ୍ୟାଣୀ ମୟୀ ସେଣ୍ଡ, ସି. ଡି. ପିଓ ପାନମଣି ହାଁସଦା ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ l