ବଡଦିନ ପର୍ବକୁ ବହୁ ଆଡମ୍ବରରେ ପାଳନ କଳେ ଟିକାବାଲି ବ୍ଲକ ଖ୍ରୀଷ୍ଟ ବିଶ୍ୱାସୀ….

ଅନୁସନ୍ଧାନ ଭାରତ(ବ୍ୟୁର) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଆନନ୍ଦନଗର ଖ୍ରୀଷ୍ଟ ଚର୍ଚ୍ଚ ଭିଜନ ଇଣ୍ଡିଆ ଆନନ୍ଧ ନଗର, ତେଙ୍ଗେଡ଼ାପଥର ଚର୍ଚ୍ଚ, ପଧାନପଡ଼ା ବିଶ୍ଵବାଣୀ ମଣ୍ଡଳୀ  ତଥା ଟିକାବାଲି ବ୍ଲକର ବିଭିନ୍ନ ଚର୍ଚ୍ଚରେ ବହୁ ଆଡମ୍ବରରେ ବଡ଼ଦିନ ପର୍ବ ପାଳନ ହୋଇଯାଇଛି l ବଡ଼ଦିନ ପର୍ବ ଏକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ପାଇଁ ନିଆରା ପର୍ବ ଆନନ୍ଦର ପର୍ବ ଅଟେ l ମଧ୍ୟ ରାତ୍ରରୁ ପ୍ରଭୁ ଯୀଶୁ ଧରା ପୃଷ୍ଠରେ ଅବତାରଣ କରିବେ ବୋଲି ଖ୍ରୀଷ୍ଟ ବିଶ୍ୱାସୀ ବାପା ମା ଭାଇ ଓ ଭଉଣୀ ଆନନ୍ଦ ଉଲ୍ଲାସରେ ଗୀତ ନାଚ ମଧ୍ୟରେ ଅପେକ୍ଷା କରି କେକ୍ କଟି ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି l ସେହିପରି ବିଶ୍ୱାସୀଙ୍କ ଜୀବନରେ ଅନେକ କଷ୍ଟ ଯନ୍ତ୍ରଣା ଥିଲେ ବି ତାହାଙ୍କ ପରିବାର ପାଇଁ ପ୍ରାର୍ଥନା କରନ୍ତି ଓ ଏହା ପରସ୍ପର ପ୍ରତି ପ୍ରେମ ଅଟେ ବୋଲି ଖ୍ରୀଷ୍ଟ ବିଶ୍ବାସ କରିଥାନ୍ତି  l ଏହି ମହାନ ପର୍ବ ଅବସରରେ ହାଲ୍ଲେଲୁୟା, ହଶାହ୍ନlରେ ପ୍ରକମ୍ପିତ ହୋଇ ଥିଲା ପ୍ରତ୍ୟେକ ଚର୍ଚ୍ଚ, ପ୍ରାର୍ଥନା ଗୃହ l ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ସାରାବିଶ୍ଵରେ ବଡ଼ ଆନନ୍ଦ ଉଲ୍ଲାସର ସହ ବଡ଼ଦିନ ବା ଖ୍ରୀଷ୍ଟମାସ ପାଳନ କରାଯାଏ । ଖ୍ରୀଷ୍ଟ ମାସ ୨ଟି ଶବ୍ଦର ମିଶ୍ରଣ । ଖ୍ରୀଷ୍ଟ ଅର୍ଥାତ୍ ପ୍ରଭୁ ଯୀଶୁଙ୍କୁ ବୁଝାଏ । ଯୀଶୁ ହେଉଛନ୍ତି ପରମେଶ୍ଵରଙ୍କ ଅଭିଷିକ୍ତ ବ୍ୟକ୍ତି, ଉଦ୍ଧାରକର୍ତ୍ତାମାନେ ଉପାସନା । ସଂକ୍ଷେପରେ କହିବାକୁ ଗଲେ, ଏହା ଉଦ୍ଧାରକର୍ତ୍ତାଙ୍କ ଉପାସନା ପର୍ବ ବୋଲି ବିଶ୍ବାସ କରିଥାନ୍ତି ଖ୍ରୀଷ୍ଟଧର୍ମବଲମ୍ଭି । ପବିତ୍ର ବାଇବେଲ କୁହେ, ଈଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ଦାନ କଲେ । ଯେ କେହି ତାଙ୍କଠାରୁ ବିଶ୍ଵାସ କରିବ, ସେ ବିନିଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ । ଖ୍ରୀଷ୍ଟମାସ କେବଳ ନିର୍ଦ୍ଦିଷ୍ଟ ଗୋଷ୍ଠୀ / ସଂପ୍ରଦାୟ ନିମନ୍ତେ ନୁହେଁ ସମସ୍ତଙ୍କ ନିମନ୍ତେ । ଖ୍ରୀଷ୍ଟଙ୍କର ଜନ୍ମହେବା ପରେ ସ୍ଵର୍ଗଦୂତ ଇସ୍ରାଏଲ ଦେଶର ମେଷପାଳକମାନଙ୍କୁ କହିଲେ, ଭୟକର ନାହିଁ, ଦେଖ, ମୁଁ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଛି । ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ ’ l ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମର ଶହ ଶହ ବର୍ଷ ପୂର୍ବରୁ ଭବିଷ୍ୟତ ବକ୍ତାଗଣ ଭାବବାଣୀ କହିଥିଲେ ବୋଲି ବାଇବଲରେ ବର୍ଣ୍ଣିତ ଥିବା ଖ୍ରୀଷ୍ଟବିଶ୍ବାସୀ ପ୍ରକାଶ କରିଛନ୍ତି ।