ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଲକରେ ଥିବା ବିଭିନ୍ନ ମଣ୍ଡଳୀରେ ଧୁମଧାମ ବଡ଼ଦିନ ପାଳିତ ହୋଇଛି l ଯାହା ପାଇଁ କନ୍ଧମାଳ ଜିଲ୍ଲା ବେଶ ଉତ୍ସବ ମୁଖର ଥିଲା l ବଡ଼ଦିନ ପାଳନ ପାଇଁ ବିଭିନ୍ନ ଚର୍ଚ୍ଚ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ କରାଯିବା ସହ ସ୍ୱତନ୍ତ୍ର ଉପାସନା ଆୟୋଜନ କରାଯାଇ ଯୁବକ ଯୁବତି, ସଣ୍ଡେ ସ୍କୁଲ ଛାତ୍ରଛାତ୍ରୀ ଓ ଚର୍ଚ୍ଚ ସଦସ୍ୟଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଥିଲା l ଏହି ମହାନ ପର୍ବ ପାଳନ ଅବସରରେ କନବାଗେରି ବାପଟିଷ୍ଟ ମଣ୍ଡଳୀ (ସିଏନଆଇ )ରେ ମଳୟ କୁମାର ନାୟକ ବାକ୍ୟ ପରିବେଶ କରିଥିବା ବେଳେ ମଣ୍ଡଳୀର ଉପସଭାପତି ସୂର୍ଯ୍ୟକାନ୍ତ ନାୟକ ପରିଚାଳନା କରିଥିବା ସହ ଚର୍ଚ୍ଚ ସଭାପତି ପାଳକ କୁବେର ଦିଗାଳ ମଞ୍ଚରେ ଉପସ୍ଥିତ ରହି ଖ୍ରୀଷ୍ଟିୟ ଶ୍ରାଦ୍ଧଳୁଙ୍କୁ ଆଶୀର୍ବାଦ କରି ଥିଲେ l ବଡ଼ଦିନ ମାହୋଲକୁ ଅଧିକ ଉତ୍ସବ ମୁଖର କରିବା ପାଇଁ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କାରାଯାଇ ଥିଲା l ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଯୋଗୀ ସମିତିର ଯୁବାଯୁବତୀ ଓ ସଣ୍ଡେ ସ୍କୁଲ ଛାତ୍ରଛାତ୍ରୀ ଶ୍ଵେତା ଏବଂ ଦଳ, ଅର୍ଚନା ଏବଂ ଦଳ, ଆଦ୍ୟାସା ଏବଂ ଦଳ, ତାନିସ ଏବଂ ଦକ, ନିକିତା ଏବଂ ଦଳଙ୍କ ପକ୍ଷରୁ ଦଳଗତ ଓ ଏକକ ନୃତ୍ୟ ଏବଂ ସ୍କିଟ ପରିବେଷଣ କରାଯାଇ ଥିଲା l ବଡ଼ଦିନ ସ୍ୱତନ୍ତ୍ର ଉପାସନାରେ ମଣ୍ଡଳୀ ସେକ୍ରେଟାରୀ ଜନସନ ନାୟକ ବଡ଼ଦିନ ପର୍ବର ସ୍ୱତନ୍ତ୍ର ସମ୍ପର୍କରେ ଅଭିଭାଷଣ ରଖିବା ସହ ଯୁବ ଆବାହକ ଗଗନ କୁମାର ପ୍ରଧାନ କୋୟାର ପରିଚାଳନା କରି ଥିଲେ l ସିଇ ସମିତିର ସଦସ୍ୟ ସ୍ୱପ୍ନା, ଶ୍ଵେତା, ତାନିଆ, ପ୍ରିୟା, ରାଫି, ଗୌରୀ ପ୍ରମୁଖ କୋୟାର ଦଳର ଉପାସନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ମଣ୍ଡଳୀ ଡିକନ ଫ୍ରାଙ୍କଲୀନ ନାୟକ, ପ୍ରଭାତ ଚନ୍ଦ୍ର ନାୟକ, ଆମୋଦ ଚନ୍ଦ୍ର ନାୟକ, ତପନ ଚନ୍ଦ୍ର ନାୟକ, ବସନ୍ତ ନାୟକ, ସୁରଭି ନାୟକ, ଅଙ୍ଗୁରିବାଳା ନାୟକ, ଦିବ୍ୟ ସୁନ୍ଦରୀ ନାୟକ, ଜୀବନାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ନିଥନିୟଲ ପ୍ରଧାନ(ରିଟୁ ) ଏବଂ ଦଳ ବାଦ୍ୟଯନ୍ତ୍ରରେ ସହଯୋଗ କରି ଉପାସନା ମାହୋଲକୁ ଅଧିକ ମନରଞ୍ଜନ କରିଥିଲେ l. ଏହା ସହ ବିଜେଡି ଜିଲ୍ଲା ପ୍ରଭାରୀ ବିଜୟ ନାୟକ, ସ୍ଥାନୀୟ ଅଧକ୍ଷା ଦେବିଶ୍ମିତା ସଥପଥୀ ମଧ୍ୟ ଉପସ୍ଥିତ ରହି କେକ କାଟି ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହ ପ୍ରଦାନ କରି ଥିଲେ l ବଡ଼ଦିନ ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କାରାଯାଇ ପୁଲିସ ମୁତୟନ କରାଯାଇ ଥିଲା l