ବାଲିଗୁଡାରରେ ବଡ଼ଦିନ ଧୁମଧାମରେ ପଳିତ……

ଅନୁସନ୍ଧାନ ଭାରତ(ବ୍ୟୁର ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ବଡ଼ ଦିନ ଧୁମଧାମରେ ପାଳିତ ହୋଇଛି । ବାଲିଗୁଡାର ମିନି ଷ୍ଟାଡିୟମ ପାଖରେ ଥିବା କ୍ୟାଥଲିକ ଚର୍ଚ୍ଚରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିନ ଉପଲକ୍ଷେ ପ୍ରାର୍ଥନା ସଭା ଓ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବଡଦିନକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ବାଲିଗୁଡା ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଥିଲା।ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପବିତ୍ର ବଡଦିନ ପାଳନ କରିଛନ୍ତି ବାଲିଗୁଡ଼ା ଖ୍ରୀଷ୍ଟ ଧର୍ମୀୟ ଧର୍ମାବଲମ୍ଭି। ଏହି ଅବସରରେ ଚର୍ଚ୍ଚ ଗୃହ ଗୁଡ଼ିକୁ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜ୍ଜିତ କରାଯିବା ସହ ଖ୍ରୀଷ୍ଟ ଧର୍ମାବଲମ୍ଭି ପିଠାପଣା, କେକ ତିଆରି କରି ଆନନ୍ଦ ଉଲ୍ଲାସରେ ବଡ଼ ଦିନ ପାଳନ କରି ଥିବା ଦେଖା ଦେଇଛି l