ସ୍ୱଗ୍ରତ ଅଟଳ ବିହାରୀ ବାଜପେଇଙ୍କ ଜନ୍ମଦିନ ଅବସରରେ ଗୁଣପୁର ଭାରତୀୟ ଜନତା ପାର୍ଟି ତରଫରୁ ଫଳ ବଣ୍ଟନ…..

ଅନୁସନ୍ଧାନ ଭାରତ(ବ୍ୟୁର ): ଆଜି ପବିତ୍ର ପ୍ରବାଦ ପୁରୁଷ ଭାରତ ରତ୍ନ ସ୍ୱଗ୍ରତ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେଇଙ୍କ ଜନ୍ମଦିନ ଅବସରରେ ଆଜି ରାୟଗଡା ଜିଲ୍ଲା ଗୁଣପୁର ବିଜେପି କର୍ମୀମାନଙ୍କ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫୋଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଗୁଣପୁରର ନଗର ସଭାପତି ବଦ୍ରିନାଥ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଯୁବ ସଭାପତି ବିକାଶ ପାଣି, ଜିଲ୍ଲା ମହିଳା ମୋର୍ଚ୍ଚା ପଦ୍ମାବତୀ ପଟ୍ଟନାୟକ, ଜୋନାଲି ଶବର, ଜିଲ୍ଲାର ଉପସଭାପତି ଉଦୟ ନାଥ ପାଢ଼ୀ, ସୁବାସ ଶବର, କୁନ୍ତୀ ଲତା ଶବର, ଏବଂ ଅନ୍ୟାନ୍ୟ କର୍ମୀ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଶାନ୍ତିପୂର୍ଣ ଭାବରେ ଶେଷ ହୋଇଥିଲା।