ଛାମୁଣ୍ଡା ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥାର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା  ଠାରେ ନିଖିଳ ଉତ୍କଳ କୂର୍ମି କ୍ଷତ୍ରିୟ ସଂସ୍ଥା ଛାମୁଣ୍ଡା ଅଞ୍ଚଳର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଜାତିର କୁଳ ପତାକାକୁ ଉପସଭାପତି ଉପେନ୍ଦ୍ର ଭଞ୍ଜ ନାୟକ ଉତ୍ତୋଳନ କରିଥିଲେ । କୁଳର ବରିଷ୍ଠ ସଭ୍ୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୁଳ ସଙ୍ଗୀତ ଗାନ କରିଥିଲେ । କୁଳାଧିକାରୀ ଅନ୍ତର୍ଯ୍ୟାମୀ ପ୍ରଧାନ କୁଳ ନିର୍ବାଚନୀ ସଭାକୁ ଉଦଘାଟନ କରିଥିଲେ । ଏଥିରେ ସମ୍ପାଦକ ବଂଶୀଧର ନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ  । ଏଥିରେ ନିର୍ବାଚନ ଅଧିକାରୀ ରୂପେ କୁଳର ବରିଷ୍ଠ ସଭ୍ୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଦାୟିତ୍ଵ ନେଇ ସୁଚାରୁ ରୁପେ ନିର୍ବାଚନ କାର୍ଯ୍ୟ ତୁଲାଇଥିଲେ । ଏଥିରେ ୭୧ ଖଣ୍ଡ ଗ୍ରାମର ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ବିଭିନ୍ନ ପଦ ପଦବୀ ପାଇଁ ପ୍ରସ୍ତାବକ ଓ ସମର୍ଥକ ଗ୍ରହଣ କରାଯାଇଥିଲା । ଏଥିରେ ସଭାପତି ଭାବେ ଅକ୍ଷୟ କୁମାର ଦଳବେହେରା (ରାଣୀଭୂମି), ଉପ ସଭାପତି ଭାବେ ଉପେନ୍ଦ୍ର ଭଞ୍ଜ ନାୟକ (ପଞ୍ଚଭୂତି), ସମ୍ପାଦକ ରୁପେ ବଂଶୀଧର ନାୟକ (ଗଣ୍ଡାଧର), ସହ ସମ୍ପାଦକ ଭାବେ  ସୁଶାନ୍ତ କୁମାର ପ୍ରଧାନ (ତାମ୍ଭିରି), କୋଷାଧ୍ୟକ୍ଷ ଭାବେ ପ୍ରକାଶ ଚନ୍ଦ୍ର ପ୍ରଧାନ (ମାଣିତରା) , ସାଙ୍ଗଠନିକ ସମ୍ପାଦକ ଭାବେ ଓମ୍ ପ୍ରକାଶ ପ୍ରଧାନ (ବୁଡୁରୁଙ୍ଗୁ), ଆଇନ ପରାମର୍ଶ ଦାତା ରୂପେ  ବିନାୟକ ପ୍ରଧାନ (କୁଶାପଲ୍ଲୀ), ପ୍ରଦେଶ ସଭ୍ୟ ଭାବେ ବାଇଧର ନାୟକ (ବଙ୍କା), ସୁବାସ ଚନ୍ଦ୍ର ପ୍ରଧାନ (ଜିରାବାଡି), ରବୀନ୍ଦ୍ର ନାଥ ପ୍ରଧାନ (କୁମୁଣ୍ଡା), ବିପ୍ର ଚରଣ ନାୟକ ( ଗୋଛାବାଡି), ସୂର୍ଯ୍ୟନାରାୟଣ ପ୍ରଧାନ (ଚାରିକୋଣିଆ), ଗଙ୍ଗାଧର ନାୟକ (ତାକରଡା),  ପୂର୍ଣ୍ଣଚନ୍ଦ୍ର ପ୍ରଧାନ (ରାଉତି), ବଂଶୀଧର ନାୟକ (ବି.କରଡାବାଡି), ଶ୍ରୀ ବସନ୍ତ କୁମାର ପ୍ରଧାନ (ତାମ୍ଭିରି),  ସୂର୍ଯ୍ୟନାରାୟଣ ନାୟକ (ଗଣ୍ଡାଧର) ଗ୍ରାମରୁ କୂଳକୁ ନବନିର୍ବାଚିତ ହୋଇଥିଲେ । ୫୦୦ରୁ ଅଧିକ ଗ୍ରାମ୍ୟ ସଭ୍ୟ ଓ କମିଟି ଯୋଗ ଦେଇଥିଲେ ।  ଛାମୁଣ୍ଡା ଗାଁ ସଭାପତି ଧବଳେଶ୍ଵର ପ୍ରଧାନ ଓ ସମ୍ପାଦକ, ଜିରାବାଡି ସଭାପତି ସରୋଜ କୁମାର ନାୟକ, ଭାବସର ସମ୍ପାଦକ ସରୋଜ କୁମାର ନାୟକ ଓ ଅଞ୍ଚଳ ପାଇକ ନାରାୟଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରବୀନ୍ଦ୍ରନାଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।