ଅନୁସନ୍ଧାନ ଭାରତ(ବ୍ୟୁର): ଧରାକୋଟ ବ୍ଲକ ଅନ୍ତର୍ଗତ ଢଉଗାଁ ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ସଭାପତି ସଞ୍ଜୟ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଦୀପ୍ତି ରେଖା ନାଥ, ଉପ ସଭାପତି ସରିତା ଡାକୁଆ, ସମ୍ପାଦକ ଶଙ୍କର ପଢିଆରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ସଂପ୍ରତି ଧାନ ଫସଲ ଅମଳ ଋତୁ ଆରମ୍ଭ ହୋଇଯାଇଥିବାରୁ ଚାଷୀ ଭାଇମାନେ ନିଜର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି କରି ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ଅର୍ଥ ରାଶି ନେବାପାଇଁ ଅତିଥି ମାନେ ଅନୁରୋଧ କରିଥିଲେ ।